18 OCTOBER 2026

Welcome!

Unlock your personalized experience.
Sign Up

Navaratri: ନବରାତ୍ର ଓ ମାତୃଶକ୍ତି ପରମ୍ପରା

Oct 18, 2026 - 07:23
Navaratri: ନବରାତ୍ର ଓ ମାତୃଶକ୍ତି ପରମ୍ପରା

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

ଭାରତୀୟ ସଂସ୍କୃତିରେ ସର୍ବ ପ୍ରଥମେ ବୈଦିକ ଦୁର୍ଗାସୂତରେ ଦୁର୍ଗାଙ୍କର ମହିମା ବର୍ଣ୍ଣିତ। ଏହି ଦୁର୍ଗାସୂତ୍ରର ମନ୍ତ୍ର ପଠନ ଦ୍ୱାରା ସମସ୍ତ ଦୁଃଖ ଦୂରୀଭୂତ ହେବାସହ କୁପ୍ରବୃତ୍ତିର ବିନାଶ ହୋଇଥାଏ। ଓଡ଼ିଶାର ପୁରପଲ୍ଲୀରେ ବନଦୁର୍ଗାଙ୍କୁ ପ୍ରସ୍ତର ବା କାଷ୍ଠସ୍ତମ୍ଭରେ ଉପଲବ୍ଧି କରାଯାଇ ସ୍ତମ୍ଭେଶ୍ୱରୀ ରୂପେ ଗ୍ରାମଦେବୀ ଉପାସନା ବହୁଳ ଭାବରେ ପ୍ରଚଳିତ ହୋଇଥିଲା। ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟର ଆରମ୍ଭରେ ଯେଉଁ ଦିଅଁମଙ୍ଗୁଳା କରାଯାଏ ତାହା ହିଁ ସର୍ବପ୍ରାଚୀନ ଦୁର୍ଗାପୂଜା ବା ଦେବୀପୂଜା ରୂପେ ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ଗୃହୀତ ହୋଇଛି।

Fire: ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର; ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି- ଭଗବତୀ ପୂଜା କରିବା ଅର୍ଥ ନିଜ ମା’ଙ୍କୁ ହିଁ ଉପାସନା କରିବା। ମା’ କେବଳ ପୂଜାର ବେଦୀରେ ଦଶଭୁଜା ପ୍ରତିମା ନୁହନ୍ତି, ଘରେ ଘରେ ଜୀବନ୍ତ ଦ୍ୱିଭୁଜା ଜନନୀ। ଘରର ମା’ ଓ ଜଗତର ମା’ଙ୍କର ଏକ ରୂପ। ଦଶଭୁଜା ଅର୍ଥ ହେଉଛି ଦୁଇ ହାତରେ ମା’ ଦଶହାତର କାମ କରନ୍ତି। ମା’ଙ୍କର ଦଶହାତରେ ଦଶ ପ୍ରକାର ଅସ୍ତ୍ର ରହିଛି। ଏହି ଅସ୍ତ୍ର ହେଉଛି ମାତୃ ଐଶ୍ୱର୍ଯ୍ୟର ବିଭିନ୍ନ ଶକ୍ତି, ଯାହାଦ୍ୱାରା ମା’ ଅସତ୍ ବା ଅସୁରଶକ୍ତିକୁ ପରାଭୂତ ଓ ପ୍ରତିହତ କରନ୍ତି ସ୍ୱୀୟ ସନ୍ତାନକୁ ରକ୍ଷା କରିବା ପାଇଁ। ମା’ଦୁର୍ଗତି ନାଶିନୀ ହୋଇ ଦଶପ୍ରହରଣ ଧାରଣ କରି ସନ୍ତାନ ସଂରକ୍ଷଣରେ ନିୟୋଜିତା। ଚଣ୍ଡ, ମୁଣ୍ଡ, ଶୁମ୍ଭ, ନିଶୁମ୍ଭ ଓ ମହିଷାସୁର ପ୍ରଭୃତି ଅସୁରଦଳକୁ ଦମନ କରିଛନ୍ତି ମା’ ଦୁର୍ଗା। 

Mohan Bhagwat: ପରିସ୍ଥିତିରୁ ପଳାୟନ କରନ୍ତୁ ନାହିଁ, ତାହାର ସମ୍ମୁଖୀନ ହୁଅନ୍ତୁ: ମୋହନ ଭାଗବତ

ଦୁର୍ଗାପୂଜା ଶରତ ଋତୁରେ ପାଳିତ ହୁଏ ବୋଲି ମା’ ଦୁର୍ଗାଙ୍କର ଅନ୍ୟ ଏକ ନାମ ଶାରଦା। ମା’ସବୁ ସନ୍ତାନଙ୍କର ମଙ୍ଗଳ କାମନା କରନ୍ତି। ସମସ୍ତଙ୍କୁ କୋଳରେ ଧରନ୍ତି। ତେଣୁ ତାଙ୍କର ଅନ୍ୟ ନାମ ଜଗଦ୍ଧାତ୍ରୀ। ସେ ବିକ୍ଷୁବ୍ଧତା ଓ ବିଚ୍ଛିନ୍ନତାକୁ ସୁସଂଶ୍ଳିଷ୍ଟ କରିଉଠାନ୍ତି। ତେଣୁ ଦୁର୍ଗାପୂଜା କେବଳ ମାତ୍ର ପୁଷ୍ପବିଲ୍ୱପତ୍ରର ପୂଜା ନୁହେଁ, ଏହା ମାନବତାର ଏକ ବିରାଟ ମିଳନ ଉତ୍ସବ। 
ପ୍ରତିଋତ୍ୱିକ ଓ ଅବସରପ୍ରାପ୍ତ ପ୍ରଫେସର, ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ 
ମୋ: ୯୪୩୭୦୫୧୯୫୭

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।