Naveen Patnaik Meets Flood Victims In Ganjam: ଗଞ୍ଜାମ ବନ୍ୟାଞ୍ଚଳରେ ନବୀନ, ବିପନ୍ନଙ୍କୁ ଭେଟି ଦୁଃଖ ବୁଝିଲେ ବିରୋଧୀ ଦଳ ନେତା
ଗଞ୍ଜାମ ବନ୍ୟାଞ୍ଚଳରେ ପହଞ୍ଚିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ଦୁଃଖ ବୁଝିବା ସହ ସେମାନଙ୍କ ସମସ୍ୟା ଶୁଣିବାକୁ ଦିନିକିଆ ଗଞ୍ଜାମ ଗସ୍ତରେ ଯାଇଛନ୍ତି ନବୀନ।
ତେବେ ତାଙ୍କର ଏହି ଗସ୍ତକୁ ନେଇ ରାଜନୈତିକ ମାହୋଲ ମଧ୍ୟ ସରଗରମ ହୋଇଛି।
ଗୋଟିଏ ପଟେ ବନ୍ୟା ବିପନ୍ନଙ୍କୁ ଭେଟୁଥିବା ବେଳେ ଅନ୍ୟପଟେ ହିଞ୍ଜିଳିରେ ତାଙ୍କ ବିରୋଧରେ ଲେଖାଯାଇଛି ଗୋ ବ୍ୟାକ୍ ନାରା।
Advertisment ଗଞ୍ଜାମ ଗସ୍ତରେ ପହଞ୍ଚିବା ପରେ ପ୍ରଥମେ ଶେରଗଡ଼ରେ ପହଞ୍ଚିଥିଲେ ନବୀନ।
ସେଠାରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଥିଲେ।
ବନ୍ୟା ଯୋଗୁଁ ଘରଦ୍ୱାର, ଚାଷଜମି ଓ ଜୀବିକା ଉପରେ କେତେ ପ୍ରଭାବ ପଡ଼ିଛି, ସେ ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ।
ଏହାସହ ରିଲିଫ୍ ବଣ୍ଟନ ଓ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ।
ଶେରଗଡ଼ ପରେ ହିଞ୍ଜିଳିକାଟୁ, ଆସିକା ଓ ସୋରଡ଼ାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
ବିପନ୍ନ ପରିବାରଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିବେ ନବୀନ।
Advertisment କିନ୍ତୁ ନବୀନଙ୍କ ଏହି ଗସ୍ତ ମଧ୍ୟରେ ସାମ୍ନାକୁ ଆସିଛି ଏକ ଭିନ୍ନ ଚିତ୍ର।
ହିଞ୍ଜିଳିରେ ତାଙ୍କ ଗସ୍ତକୁ ବିରୋଧ କରି ଋଷିକୁଲ୍ୟା ବ୍ରିଜ୍ କଡ଼ରେ ଲେଖାଯାଇଛି 'ନବୀନ ଗୋ ବ୍ୟାକ୍'।
ଏହାକୁ ନେଇ ଗଞ୍ଜାମ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।