07 SEPTEMBER 2026

Welcome!

Unlock your personalized experience.
Sign Up

Naveen: କିଛି ନକରି ଶ୍ରେୟ ନେବାକୁ ବିଜେପି ଆଗରେ: ନବୀନ

Sep 06, 2026 - 07:10
Naveen: କିଛି ନକରି ଶ୍ରେୟ ନେବାକୁ ବିଜେପି ଆଗରେ: ନବୀନ

ଭୁବନେଶ୍ୱର: ‘କିଛି ନ କରି ମିଛ ଶ୍ରେୟ ନେବାକୁ ବିଜେପି ସରକାର ଆଗରେ।’  ନୂଆ ସବ୍‌ଇନ୍ସପେକ୍ଟର ନିଯୁକ୍ତିକୁ ଅସ୍ତ୍ର କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଢଙ୍ଗରେ ବିଜେପିକୁ ଆକ୍ରମଣ କରିଛନ୍ତି। ନବନିଯୁକ୍ତ ସମସ୍ତ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇ ନବୀନ କହିଛନ୍ତି, ଗୋଟିଏ ପଟେ ସବ୍‌ଇନ୍ସପେକ୍ଟର୍ ବ୍ୟାଚ୍‌ ପ୍ରଶିକ୍ଷଣ ଶେଷ କରି ନିଯୁକ୍ତି ପାଉଛନ୍ତି, ଅନ୍ୟପଟେ ହଜାର ହଜାର ଆଶାୟୀ ପେପର୍ ଲିକ୍‌ ଯୋଗୁଁ ଏବେ ବି ଅନିଶ୍ଚିତତାରେ। ଗତ ଶୁକ୍ରବାର ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ଅନୁଷ୍ଠିତ ୧୩ତମ ବ୍ୟାଚ୍‌ ସବ୍‌ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଲାମୀ ଗ୍ରହଣ କଲେ। କିନ୍ତୁ ପ୍ରକୃତ କଥା ହେଉଛି, ୨ ବର୍ଷର ପ୍ରଶିକ୍ଷଣ ସାରି ଓଡ଼ିଶା ପୁଲିସରେ ଯୋଗ ଦେଇଥିବା ଏହି ୩୩୬ଜଣ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିଲା। କିନ୍ତୁ ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି, ଏ ଦିଗରେ ବିଜେପି କିଛି କରିନି। କେବଳ ମିଛ ଶ୍ରେୟ ନେବାକୁ ପ୍ରତିଯୋଗିତା ଚଳାଇଛି।  ପ୍ରଶ୍ନପତ୍ର ଲିକ୍ ପାଇଁ ୨୦୨୫ରେ ବାତିଲ ହୋଇଥିବା ‘କମ୍ବାଇନ୍ଡ ପୁଲିସ ସର୍ଭିସ୍‌ ପରୀକ୍ଷା’ କେବେ ହେବ? କେବେ ପ୍ରଶ୍ନପତ୍ର ବିକ୍ରି ଓ ଲିକ୍‌ ରୢାକେଟ୍‌ରେ ସମ୍ପୃକ୍ତ ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।

Budhabalanga: ବିଧାୟକଙ୍କ ପ୍ରସ୍ତାବରେ ନଦୀପଠାର ୮ ସ୍ଥାନରେ ନିର୍ମାଣ ହେବ ବନ୍ୟା ଆଶ୍ରୟସ୍ଥଳ

ଏସ୍‌ଆଇ ନିଯୁକ୍ତି ପ୍ରକ୍ରିୟା ୨ ବର୍ଷ ତଳର

ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ହଜାର ହଜାର ଯୁବକଯୁବତୀଙ୍କର ପ୍ରାୟ ୧ ବର୍ଷ ସମୟ ବିଜେପି ସରକାର ନଷ୍ଟ କରି ସାରିଲାଣି। ଡବଲ୍ ଇଞ୍ଜିନ୍ ସରକାରର ଅପାରଗତା ଓଡ଼ିଶାର ଯୁବ ସମାଜକୁ ହତାଶ କରିଛି। ଆଶାୟୀଙ୍କ ସ୍ୱପ୍ନ ଓ ଭବିଷ୍ୟତକୁ ବିଜେପି ସରକାର ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ଏହି ବିଳମ୍ବ ସେମାନଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରୁଛି। ସରକାରୀ ନିଯୁକ୍ତିରେ ନିରପେକ୍ଷତା ଓ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କ ଭରସାକୁ ମଧ୍ୟ ଏହା କ୍ଷତି ପହଞ୍ଚାଉଛି। ସରକାର ତୁରନ୍ତ ଏହି ପରୀକ୍ଷା ପୁନଃଆୟୋଜନ ନେଇ ବିଜ୍ଞପ୍ତି ପ୍ରକାଶ କରନ୍ତୁ। ଓଡ଼ିଶାବାସୀ ବିଜେପି ସରକାରର ମିଛ ଭାଷଣ ଶୁଣିବାକୁ ଆଉ ଚାହୁନାହାନ୍ତି। ପ୍ରତାରଣାର ଉଚିତ ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Nuakhai 2026: ପାଖେଇ ଆସୁଛି ନୂଆଁଖାଇ; ରାଜ୍ୟ ବାହାରୁ ଘର ମୁହାଁ ଶ୍ରମିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।