Neeru Dhanda Wins Historic Asian Games Gold: ଏସିଆନ୍ ଗେମ୍ସରେ ଇତିହାସ ରଚିଲେ ନୀରୁ, ଟ୍ରାପ୍‌ରେ ଜିତିଲେ ସ୍ୱର୍ଣ୍ଣ

Sep 29, 2026 - 11:59
Neeru Dhanda Wins Historic Asian Games Gold: ଏସିଆନ୍ ଗେମ୍ସରେ ଇତିହାସ ରଚିଲେ ନୀରୁ, ଟ୍ରାପ୍‌ରେ ଜିତିଲେ ସ୍ୱର୍ଣ୍ଣ

ଏସିଆନ୍ ଗେମ୍ସରେ ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ। ମହିଳା ବ୍ୟକ୍ତିଗତ ଟ୍ରାପ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି ଭାରତୀୟ ଶୁଟର ନୀରୁ ଧାଣ୍ଡା। ନୀରୁ ଧାଣ୍ଡା ହେଉଛନ୍ତି ବ୍ୟକ୍ତିଗତ ଟ୍ରାପ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ମହିଳା। ଏହା ଭାରତର ୨୦୨୬ ଏସିଆନ୍ ଗେମ୍ସର ପଞ୍ଚମ ସ୍ୱର୍ଣ୍ଣ ପଦକ। 

ବ୍ୟକ୍ତିଗତ ଟ୍ରାପ୍‌ରେ ଭାରତ ଶେଷଥର ୧୯୭୮ ମସିହାରେ ସ୍ୱର୍ଣ୍ଣ ଜିତିଥିଲା। ସେତେବେଳେ ପୁରୁଷ ଟ୍ରାପ୍ ଇଭେଣ୍ଟରେ ରନ୍ଧୀର ସିଂହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚଳିତ ବର୍ଷ ମଧ୍ୟ ନୀରୁଙ୍କ ପ୍ରଦର୍ଶନ ଚମତ୍କାର ରହିଛି। ଇଟାଲୀର ଲୋନାଟୋରେ ଆୟୋଜିତ ୨୦୨୬ ISSF ଶଟଗନ୍ ୱାର୍ଲ୍ଡ କପ୍‌ରେ ମହିଳା ଟ୍ରାପ୍ ଇଭେଣ୍ଟରେ ସେ ସ୍ୱର୍ଣ୍ଣ ଜିତିଥିଲେ। ଏବେ ଏସିଆନ୍ ଗେମ୍ସରେ ଐତିହାସିକ ସ୍ୱର୍ଣ୍ଣ ସହ ନୀରୁ ଧାଣ୍ଡା ଭାରତୀୟ ଶୁଟିଂରେ ଆଉ ଏକ ବଡ଼ ଅଧ୍ୟାୟ ଯୋଡ଼ିଛନ୍ତି।

ଏହା ପୂର୍ବରୁ ମଧ୍ୟ ନୀରୁ ଟିମ୍ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ଦେଇଥିଲେ। ମନୀଷା କୀର୍ ଓ ଆଶିମା ଅହଲାୱତଙ୍କ ସହ ମିଶି ସେ ଏହି ରୌପ୍ୟ ପଦକ ଜିତିଥିଲେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।