NEET: ନିଟ୍‌ ପରୀକ୍ଷା ଖୁବ୍‌ଶୀଘ୍ର କମ୍ପ୍ୟୁଟର ଆଧାରିତ କରାଯିବ: ଏନ୍‌ଟିଏ ଡିଜି

Sep 13, 2026 - 23:05
NEET: ନିଟ୍‌ ପରୀକ୍ଷା ଖୁବ୍‌ଶୀଘ୍ର କମ୍ପ୍ୟୁଟର ଆଧାରିତ କରାଯିବ: ଏନ୍‌ଟିଏ ଡିଜି

"ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍) ଖୁବ୍‌ ଶୀଘ୍ର କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡ୍‌କୁ ପରିବର୍ତ୍ତିତ ହେବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ମହାନିର୍ଦ୍ଦେଶକ (ଡିଜି) ଅଭିଷେକ୍‌ ସିଂହ କହିଛନ୍ତି।

ଏହାକୁ ଭବିଷ୍ୟତ ବୋଲି ଦର୍ଶାଇ ସିଂହ କହିଥିଲେ, ନିଟ୍‌ ବ୍ୟତୀତ ଆମର ସମସ୍ତ ପରୀକ୍ଷା ସିବିଟି ମାଧ୍ୟମରେ ହେଉଛି।

ନିଟ୍‌ କ୍ଷେତ୍ରରେ ମଧ୍ୟ ଆମେ ଖୁବ୍‌ ଶୀଘ୍ର ସମାନ ପଦକ୍ଷେପ ଗ୍ରହଣ କରିବୁ ବୋଲି ସେ କହିଛନ୍ତି।Advertisment ଆହୁରି ପଢନ୍ତୁ: India: ୨୫ ବର୍ଷରେ ଆମେରିକାକୁ ପଛରେ ପକାଇବ ଭାରତ, ଆମେରିକୀୟ ଅର୍ଥଶାସ୍ତ୍ରୀ ଜେଫ୍ରି ସାକ୍ସଙ୍କ ମତ ଏନ୍‌ଟିଏ ଡିଜି କହିଛନ୍ତି, ନନ୍ଦନ ନିଲେକାନିଙ୍କ ନେତୃତ୍ବାଧୀନ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କଫୋର୍ସ ଏ ଦିଗରେ କାର୍ଯ୍ୟ କରୁଛନ୍ତି।

ବର୍ତ୍ତମାନ ଜେଇଇ, ୟୁଜିସି-ନେଟ୍‌, ସିୟୁଇଟି ପରୀକ୍ଷା, ଏନ୍‌ଆଇଏଫ୍‌ଟି ପରୀକ୍ଷା ସିବିଟି ମାଧ୍ୟମରେ ହେଉଛି।

ସିବିଟି ହିଁ ଭବିଷ୍ୟତ।

ଆଗାମୀ ଦିନରେ ସମସ୍ତ ପରୀକ୍ଷା ସିବିଟି ମାଧ୍ୟମରେ ହେବ।

ଏଥିପାଇଁ ପରୀକ୍ଷା ଭିତ୍ତିଭୂମି ବୃଦ୍ଧି କରିବା ଓ ସୁରକ୍ଷା ବ୍ୟବସ୍ଥା ନିର୍ମାଣ କରିବା ଆବଶ୍ୟକ ବୋଲି ସିଂହ କହିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀର ଯନ୍ତରମନ୍ତରଠାରେ ନିଟ୍‌ ପରୀକ୍ଷାରେ ଅନିୟମିତତାକୁ ନେଇ ୩୬ ଦିନ ଧରି ଛାତ୍ର ଆନ୍ଦୋଳନ ପରେ ଇନ୍‌ଫୋସିସ୍‌ ସହ-ପ୍ରତିଷ୍ଠାତା ନିଲେକାନିଙ୍କ ନେତୃତ୍ବରେ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କଫୋର୍ସ ଗଠନ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।