Neglect: ଟ୍ରାନ୍ସଫର୍ମର ପୋଡ଼ିବା ୪ ମାସ ବିତିଲା; ଅନ୍ଧାରରେ ଦହଗଞ୍ଜ ଗୁହିଆଶାଳ ଜୁଆଙ୍ଗ
"କାଳିଆପାଣି (ରବି ନାରାୟଣ କର): ପ୍ରଶାସନର ସ୍ବତନ୍ତ୍ର ନଜରରେ ଥିବା ସତ୍ତ୍ବେ ୪ ମାସରୁ ଅଧିକ ଦିନ ଧରି ଧରି ଅନ୍ଧାରରେ ରହିଛନ୍ତି ନଗଡ଼ା ପଡ଼ୋଶୀ ଗୁହିଆଶାଳ ଗ୍ରାମବାସୀ।
ଗତ ଜୁନମାସ ପ୍ରଥମ ସପ୍ତାହ ବର୍ଷାରେ ଖୋଲା ବିଦ୍ୟୁତ ତାରରେ ଗଛଡାଳ ପଡ଼ି ଗାଁ ମୁଣ୍ଡରେ ଥିବା ଟ୍ରାନ୍ସଫର୍ମର ପୋଡ଼ିଗଲା।
ସେବେଠାରୁ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇରହିଥିବାରୁ ଗ୍ରାମବାସୀ ବିଦ୍ୟୁତ୍ ସେବାରୁ ବଞ୍ଚିତ ରହିଥିବା ସାଧାରଣରେ ଅଭିଯୋଗ ହୁଏ।
ଚତୁର୍ଦ୍ଦିଗରେ ଗାଁକୁ ଲାଗିକରି ବଣପାହାଡ଼ ଘେରି ରହିଥିବାରୁ ସଞ୍ଜ ନଇଁବା ମାତ୍ରେ ଅନ୍ଧାର ଘୋଟି ଆସୁଛି।
ଅସ୍ବାସ୍ଥ୍ୟକର ପରିବେଶରେ ଥିବା ବସ୍ତିରେ ବିଷଧର ସାପ ଓ ସରୀସୃପ ବିଚରଣ ସାଧାରଣରେ ଆତଙ୍କର କାରଣ ହୋଇଛି।
Advertisment ସେହିପରି ପ୍ରବଳ ଗରମ ଓ ଗୁଳୁଗୁଳିରେ ସାଧାରଣ ଜନ ଜୀବନ ଅସ୍ବସ୍ତିକର ବୋଧ ହେଉଛି।
ମୋବାଇଲ୍ ଫୋନ ଓ ଲାଇଟ୍ ଚାର୍ଜ କରିବା ପାଇଁ ଲୋକେ ନାଲିଆଡାବ ବସ୍ତି, ପାଖ ପଡ଼ୋଶୀ ଗାଁ ଓ ସଂପର୍କୀୟଙ୍କ ଘର ଯିବାକୁ ପଡ଼ୁଛି।
ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ଆହ୍ବାନ ଏଠାରେ ବାଟ ହୁଡ଼ିଛି।
ସେହିପରି ଏବେ ଲଗାଣବର୍ଷାରେ ପୋକଜୋକ ଘରେଘରେ ଅବାଧରେ ପଶି ଯାଉଥିବା ଅଭିଯୋଗ ହୁଏ।
୨୦୧୭ ମସିହା ଅଗଷ୍ଟ ମାସ ୧୭ ତାରିଖରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ କୁମାର ଜେନା ନଗଡ଼ା ଗସ୍ତରେ ଆଜି ଏଠାରେ ବିଦ୍ୟୁତ୍ ସେବାର ଉଦ୍ଘାଟନ କରିଥିଲେ।
ବିଦ୍ୟୁତ୍ ବିଲ୍ ପୈଠତେବେ ସେହିଦିନରୁ ନଗଡ଼ା ଓ ଗୁହିଆଶାଳର ଜଣେ ହେଲେ ଜୁଆଙ୍ଗ ଉପଭୋକ୍ତା ଟଙ୍କାଟିଏ ବି ବିଦ୍ୟୁତ୍ ବିଲ ପୈଠ କରିନାହାନ୍ତି।
୯ ବର୍ଷର ବକେୟା ବିଲ ବାବଦକୁ ଜଣ ପିଛା ୫ ହଜାରରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ବିଲ୍ ବୋଝ ରହିଥିଲେ ସବୁ ଅନାଦାୟ ରହିଥିବା ଟିପିସିଓଡିଏଲ୍ କର୍ତ୍ତୃପକ୍ଷ କହନ୍ତି।
ବାରମ୍ବାର ବିଲ ଦିଆଯାଉଥିବା ସତ୍ତ୍ବେ ଉପର ନଗଡ଼ା, ମଝି ନଗଡ଼ା, ତଳ ନଗଡ଼ା ଓ ଗୁହିଆଶାଳ ଗାଁର ଶତାଧିକ ଉପଭୋକ୍ତା ପରିବାର ବିଦ୍ୟୁତ୍ ବିଲ ପୈଠ ଦିଗରେ ସାମାନ୍ୟତମ ସଚେତନ କିମ୍ବା ଯତ୍ନବାନ ହେଉନଥିବା ଟିପିସିଓଡିଏଲ୍ ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଜିଲ୍ଲା ମଙ୍ଗଳ ବିଭାଗ ଉପେକ୍ଷିତ ଜନଜାତିଙ୍କ ମୌଳିକ ସମସ୍ୟା ନେଇ ସାମାନ୍ୟତମ ଯତ୍ନବାନ ନଥିବା ଜଣାପଡ଼ିଛି।
ଜିଲ୍ଲା କିମ୍ବା ବ୍ଲକ ସ୍ତରରେ କୌଣସି ମଙ୍ଗଳ ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଲୋକେ ଚିହ୍ନି ନଥିବା ଅଞ୍ଚଳବାସୀ କହନ୍ତି।
Transformer Stolen ଦୁର୍ବୃତ୍ତ ଚୋରାଇ ନେଲେ ଟ୍ରାନ୍ସଫର୍ମର, ଅନ୍ଧାରରେ ନୂସାଡିହି ଗାଁ "ଆମେ ତ ଗରିବ ଲୋକ"ବିଲ ଅନାଦେୟ ସଂପର୍କରେ ପଚାରିବାରେ "ଆମେ ତ ଗରିବ ଲୋକ, ଖଟିଲେ ଖାଉଛୁ।
ଗାଁରେ କାମ ମିଳୁନି କି ଟଙ୍କାଟିଏ ରୋଜଗାର ନାହିଁ।
ଆମେ କେମିତି ବିଲ୍ ଦେବୁ" ବୋଲି କହି ଗାଁ ମୁଖିଆ ଠେଙ୍ଗେଣିଆ ପ୍ରଧାନ, ଗୋପି ପ୍ରଧାନ, ଗୋବିନ୍ଦ ପ୍ରଧାନ, ମାଳୁକୁ ପ୍ରଧାନ, ଆମ୍ ପ୍ରଧାନ, ସୁଜୁନା ପ୍ରଧାନ ପ୍ରମୁଖ ସ୍ପଷ୍ଟ ଉତ୍ତର ରଖିଥିଲେ।
କ"ଣ କହିଲା ଟାଟା ପାୱାର?ଏ ସଂପର୍କରେ ଟାଟାପାୱାର(ଟିପିସିଓଡିଏଲ୍) କର୍ତ୍ତୃପକ୍ଷଙ୍କୁ ପଚାରିବାରେ ଲୋକଙ୍କ ଅଭିଯୋଗ ପରେ ସେ ଗୁହିଆଶାଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିଥିଲେ ବୋଲି ଯନ୍ତ୍ରୀ ଇଂ ହୃଷୀକେଶ ବେହେରା କହନ୍ତି।
ଉପଭୋକ୍ତାଙ୍କ ସଂଖ୍ୟା ଆଧାରରେ ୩ ମାସ ତଳୁ ୨୫ କେଭିଏ ଟ୍ରାନ୍ସଫର୍ମର କିଣା ଯାଇଛି।
ହେଲେ ଗାଁକୁ ଏବେ ରାସ୍ତାନଥିବାରୁ ଗାଁକୁ ଟ୍ରାନ୍ସଫର୍ମର ବୋହିନେବା ସମ୍ଭବ ନୁହେଁ ବୋଲି ସେ କହନ୍ତି।
ପାଗ ଶୁଖିଲା ହେବା ପରେ ଟ୍ରାକ୍ଟର ଯୋଗେ ଟ୍ରାନ୍ସଫର୍ମର ନିଆଯାଇ ସମସ୍ୟାର ସମାଧାନ କରାଯିବ କହିଥିଲେ।
ତେବେ ଗମନାଗମନ ବିନା ୪ ମାସ ଧରି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇରହିବା ସାଧାରଣରେ ଆଲୋଡ଼ନର କାରଣ ହୋଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।