Neglect" ନଗଡ଼ା ଅଞ୍ଚଳରେ ପୁଣି ଜଣେ ଛାତ୍ରୀ ମୃତ୍ୟୁ; ୪ ମାସ‌ରେ ମଲେଣି ୪ ଜୁଆଙ୍ଗ ଶିଶୁକନ୍ୟା

Sep 26, 2026 - 19:44
Neglect" ନଗଡ଼ା ଅଞ୍ଚଳରେ ପୁଣି ଜଣେ ଛାତ୍ରୀ ମୃତ୍ୟୁ; ୪ ମାସ‌ରେ ମଲେଣି ୪ ଜୁଆଙ୍ଗ ଶିଶୁକନ୍ୟା

"କାଳିଆପାଣି (ରବି ନାରାୟଣ କର): ସ୍ବାସ୍ଥ୍ୟସେବା ବିନା ନଗଡ଼ା ଅଞ୍ଚଳରେ ପୁଣି ଜଣେ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି।

ମୃତକ ତୁମୁଣି ଗାଁର ଗୁରୁବାରୀ ଓ ସୁନିଆଁ ପ୍ରଧାନଙ୍କ ଚତୁର୍ଥ ସନ୍ତାନ ରେବତୀ(୭)।

ସେ ଦେଓଗାଁ ସରକାରୀ ଉପ୍ରା ସ୍କୁଲର ଦ୍ବିତୀୟଶ୍ରେଣୀ ଛାତ୍ରୀ ଥିଲେ।

ସୋମବାର ବଡ଼ି ଭୋରୁ ତାଙ୍କ ସନ୍ତସନ୍ତିଆ କୁଡ଼ିଆ ଘରେ ଝିଅର ମୃତ୍ୟୁ ହୋଇଥିଲା ବୋଲି ସୁନିଆଁ କହନ୍ତି।

Advertisment ରେବତୀର ଶୁଦ୍ଧିକ୍ରିୟା ପାଇଁ ସୁନିଆଁ ଓ ତାଙ୍କ ବାପା ବରଜୁ ପ୍ରଧାନ ଆଜି ସଉଦାପତ୍ର କିଣିବାକୁ କାଳିଆପାଣି ଶନିବାର ହାଟ ଆସିଥିଲେ।

ବରଜୁ ଓ ସୁନିଆଁ କହନ୍ତି ଯେ, "ଗାଁ ସାରା ଲୋକ ଜରରେ ପଡ଼ିଥିବାରୁ ଗ୍ରାମବାସୀଙ୍କ ଅନୁରୋଧରେ ଗତ ୧୯ ତାରିଖ ଶନିବାର ଆୟୁଷ ଡାକ୍ତର ପ୍ରଦୀପ କୁମାର ରାଉତରାୟ, ସ୍ବାସ୍ଥ୍ୟକର୍ମୀ ଶ୍ବେତ କୁମାର ପ୍ରଧାନ ଓ କୁସୁନୁ ଗାଗରାଇ, ଆଶାକର୍ମୀ ଜୟନ୍ତୀ ମହାନ୍ତ ତୁମୁଣି ଆସିଥିଲେ।

ରକ୍ତ ପରୀକ୍ଷା ପରେ ରେବତୀର ମ୍ୟାଲେରିଆ ହୋଇଥିବା ଜଣାପଡ଼ିଥିଲା।

ଝିଅକୁ ମ୍ୟାଲେରିଆ ହୋଇଛି ବୋଲି ଜୟନ୍ତୀ ଦିଦି କହିଥିଲେ।

ଏବଂ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ।

ଔଷଧ ଖାଇବା ସତ୍ତ୍ବେ ଜର କମି ନଥିଲା।

ରବିବାର ରାତିରେ ଝିଅର ତଳିପେଟ ପ୍ରବଳ ବ୍ୟଥା ହୋଇଥିଲା।

ସେ ପେଟକୁ ଧରି ଯନ୍ତ୍ରଣାରେ ଛଟପଟ ହେଉଥିଲା।

ଆମେ ଭାରକରି ଝିଅକୁ ମେଡିକାଲ ନେବା ଯୋଜନା କରିଥିଲୁ।

୧୦୮ ଫୋନ କରିଥିଲୁ।

ହେଲେ ଆମ୍ବୁଲାନ୍ସ ମିଳିନଥିଲା।

କିଟିମିଟି ଅନ୍ଧାର ଓ ବର୍ଷା ସତ୍ତ୍ବେ ନାଲିଆଡାବ ପର୍ଯ୍ୟନ୍ତ ଚାଲିଚାଲି ଯିବାକୁ ବାହାରିଥିଲୁ।

ହେଲେ ଝିଅ କାନ୍ଦିକାନ୍ଦି ଶୋଇପଡ଼ିଥିଲା।

ରାତି ୩ଟା ବେଳକୁ ତା" ଦେହ ଥଣ୍ଡା ପଡ଼ି ଯାଇଥିଲା।

ଝିଅ ମରିଯିବା ନିଶ୍ଚିତ ଜାଣି ମରଶରୀରକୁ ଗାଁ ଶ୍ମଶାନରେ ଦାହ କରାଇଥିଲୁ।

ମଙ୍ଗଳବାର ଦିନ ପୁଣି ସେହି ଡାକ୍ତର ଓ ଆଶାକର୍ମୀ ଆସିଥିଲେ।

ହେଲେ ମ୍ୟାଲେରିଆ କଥା କାହାକୁ କହିବନି ବୋଲି ଆମକୁ ପ୍ରବର୍ତ୍ତାଇଥିଲେ।

ସପ୍ତାହ ଧରି ଜରରେ କମ୍ପୁଥିବା ଆମର ଅନ୍ୟ ୨ ପୁଅ ଲଖିଆ(୧୧) ଓ ମୁଖିଆ(୪)ଙ୍କୁ ଗେଲ କରି ଔଷଧ ଖୁଆଇଥିଲେ।

ଶିଶୁମୃତ୍ୟୁ ଖବର ଶୁଣି ରାଜ୍ୟ ଶିଶୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଆଦିତ୍ୟ ପାଢ଼ୀ ସେଦିନ ଯାଜପୁର ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଡାକ୍ତର ନଗେନ୍ଦ୍ରନାଥ ମହାପାତ୍ର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ପରିସ୍ଥିତିର ସମୀକ୍ଷା କରିଥିଲେ।

Child Dead: ଭୁଲ ଇଞ୍ଜେକ୍ସନରୁ ଶିଶୁ ମୃତ୍ୟୁ ଅଭିଯୋଗ ଗତ ୬ ତାରିଖ ଗୁହିଆଶାଳ ରାଜସ୍ବ ମୌଜା ତଳଡିହ ବସ୍ତିର ମନିତା ଓ ଶିବ ପ୍ରଧାନଙ୍କ ଷଷ୍ଠ ସନ୍ତାନ କଇଁଚି(୪ ମାସ)ର ନିଜ ଘରର ଅସ୍ବାସ୍ଥ୍ୟକର ପରିବେଶରେ ଚିକିତ୍ସା ବିନା ମୃତ୍ୟୁ ହୋଇଥିଲା।

ଗତ ମେ ମାସରେ ଗୁହିଆଶାଳ ସରକାରୀ ଉପ୍ରା ସ୍କୁଲର ୨ ଛାତ୍ରୀ ବାସନ୍ତୀ ଓ ଅଷିଣ ପ୍ରଧାନଙ୍କ ଝିଅ ତୁଳସୀ(୬) ଓ ୧୨ ତାରିଖରେ ଚନ୍ଦୁରୀ ଓ ବାସୁ ଦେହୁରୀଙ୍କ ଝିଅ କାବେରୀ(୧୨)ଙ୍କର ମେଡିକାଲ୍ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଥିଲା।

୪ ମାସରେ ୪ ଜୁଆଙ୍ଗ ଶିଶୁକନ୍ୟା ଅକାଳରେ ମୃତ୍ୟୁକୁ ନେଇ ଉପେକ୍ଷିତ ଇଲାକାରେ ବେଟି ବଚାଓ, ବେଟି ପଢ଼ାଓ ଯୋଜନା‌ ପ୍ରହସନ‌ ପାଲଟିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ଏ ସଂପର୍କରେ ସିଡିଏମ୍‌ଓ ଶ୍ରୀ ମହାପାତ୍ରଙ୍କୁ ପଚାରିବାରେ ଶିଶୁ ମୃତ୍ୟୁର ତଦନ୍ତ ରିପୋର୍ଟ ହସ୍ତଗତ ପରେ କାରଣ ଜଣାପଡ଼ିବ ବୋଲି କହିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।