Nepal flood: ‘କିଛି ସେକେଣ୍ଡରେ ସବୁ କିଛି ଛାରଖାର ହୋଇଗଲା, ଆଖି ଆଗରେ ପୁଅ, ସ୍ତ୍ରୀ ଭାସିଗଲେ’

Aug 27, 2026 - 22:01
Nepal flood: ‘କିଛି ସେକେଣ୍ଡରେ ସବୁ କିଛି ଛାରଖାର ହୋଇଗଲା, ଆଖି ଆଗରେ ପୁଅ, ସ୍ତ୍ରୀ ଭାସିଗଲେ’

"କାଠମାଣ୍ଡୁ: ନେପାଳ-ତିବ୍ବତ ସୀମାରେ ଆକସ୍ମିକ ବନ୍ୟାରେ ଶତାଧିକ ଲୋକ ନିଖୋଜ ହେବା ପରେ ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ସମସ୍ତ ଉଦ୍ୟମ ଚଳାଇଛନ୍ତି।

ଭୋଟେକୋଶୀ ନଦୀରେ ଆସିଥିବା ଏହି ବନ୍ୟା ବିଷୟରେ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଏହା ହଠାତ୍ ମାଡ଼ି ଆସିଥିଲା।

ଅଧିକାରୀମାନେ କହିଛନ୍ତି, ଗ୍ଲାସିୟର୍‌ ଧସିଯିବାରୁ ଭୋଟେକୋଶୀର ଏକ ଶାଖାନଦୀ ଲେହନ୍ଦର ପ୍ରବାହ ବନ୍ଦ ହୋଇଯାଇଥିଲା।

ଏହା ଫଳରେ ହଠାତ୍ ପାଣିର ସ୍ତର ବଢ଼ିଯାଇ ନେପାଳ-ତିବ୍ବତ ସୀମା ନିକଟର ରସୁୱାଗଢ଼ୀ ଅଞ୍ଚଳର ତିମୁରେ ପ୍ରଥମେ ବନ୍ୟା ଜଳ ମାଡ଼ ହୋଇଥିଲା।

କିଛି ମିନିଟ୍ ମଧ୍ୟରେ ବନ୍ୟାଜଳ ତଳକୁ ଦ୍ରୁତ ଗତିରେ ପ୍ରବାହିତ ହୋଇ ନେପାଳର ରସୁୱା, ନୁୱାକୋଟ ଓ ଧାଡିଙ୍ଗ ଜିଲ୍ଲାର ବହୁ ଅଞ୍ଚଳକୁ ଭସାଇ ନେଇଥିଲା।Advertisment ନୁୱାକୋଟରେ ଅଧିକାଂଶ ସ୍ଥାନରେ ବନ୍ୟାଜଳ ହ୍ରାସ ପାଇଛି, କିନ୍ତୁ ଘର, ରାସ୍ତା, ବ୍ରିଜ୍ ଓ ସାର୍ବଜନୀନ ସ୍ଥାନଗୁଡ଼ିକ ଅନେକ ମିଟର ଉଚ୍ଚ କାଦୁଅ ଓ ପଙ୍କରେ ଢାଙ୍କି ହୋଇଯାଇଛି।

ଏହା ଉଦ୍ଧାର ଓ ସନ୍ଧାନ କାର୍ଯ୍ୟକୁ ଅତ୍ୟନ୍ତ କଷ୍ଟକର କରିଦେଇଛି।

ଘରଗୁଡ଼ିକ ଅତି କମ୍‌ରେ ଗୋଟିଏ ମହଲା ପଙ୍କ ତଳେ ପୋତି ହୋଇଯାଇଛି।

ନୁୱାକୋଟର ତ୍ରିଶୂଳୀ ବଜାରରେ କପଡ଼ା ଦୋକାନ ଚଳାଉଥିବା ଜଣେ ସ୍ଥାନୀୟ ବ୍ୟବସାୟୀ କହିଛନ୍ତି ଯେ, ବନ୍ୟା ଏତେ ଦ୍ରୁତ ଗତିରେ ଆସିଥିଲା ଯେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ସମୟ ମିଳିନଥିଲା।

ସକାଳେ ପ୍ରଶାସନର ଲୋକମାନେ ଆସି କହିଥିଲେ ଯେ ତିବ୍ବତ ପଟେ ଭୋଟେକୋଶୀ ନଦୀ ଉପରେ ଥିବା ଏକ ବନ୍ଧ ଭାଙ୍ଗିଯାଇଛି ଏବଂ ବହୁ ପରିମାଣର ପାଣି ଆମ ଆଡ଼କୁ ଆସୁଛି।

ଆମକୁ ଉଚ୍ଚ ସ୍ଥାନକୁ ଦୌଡ଼ିବାକୁ କୁହାଯାଇଥିଲା।

କିନ୍ତୁ କେବଳ ଅଳ୍ପ କିଛି ଲୋକ ସମୟ ମଧ୍ୟରେ ଉଚ୍ଚ ସ୍ଥାନରେ ପହଞ୍ଚିପାରିଥିଲେ।

ଅନେକ ଲୋକ କିଛି ସେକେଣ୍ଡ ମଧ୍ୟରେ ଭାସିଗଲେ।

ବଞ୍ଚିଥିବା ଏହି ବ୍ୟକ୍ତି ଜଣଙ୍କ ଅତ୍ୟନ୍ତ ଦୁଃଖର ସହ କହିଛନ୍ତି ଯେ ତାଙ୍କର ୧୮ ବର୍ଷର ପୁଅ ଓ ସ୍ତ୍ରୀ ମଧ୍ୟ ବନ୍ୟା ଜଳରେ ଭାସି ଯାଇଛନ୍ତି।

ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସୋର ଥାନା ଘେରିଲେ ଶତାଧିକ ଲୋକ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବନ୍ୟା କୌଣସି ପୂର୍ବ ସତର୍କତା ବିନା ଆସିଥିଲା।

ସେଦିନ ଅଞ୍ଚଳରେ ବର୍ଷା ମଧ୍ୟ ହୋଇନଥିଲା।

ଲୋକମାନେ ନିଜ ଦୈନନ୍ଦିନ କାମରେ ବ୍ୟସ୍ତ ଥିବା ସମୟରେ ହଠାତ୍ ପାଣି ମାଡ଼ି ଆସିଥିଲା।

ରସୁୱାର ମୁଖ୍ୟ କଷ୍ଟମ୍ସ ଅଧିକାରୀ ରାଜେନ୍ଦ୍ର ଢୁଙ୍ଗାନା କାଠମାଣ୍ଡୁ ପୋଷ୍ଟକୁ କହିଥିଲେ ଯେ, ସେ ପ୍ରଥମେ ଭୂମି କମ୍ପିବା ଅନୁଭବ କରିଥିଲେ।

ସେ ବାହାରକୁ ଦୌଡ଼ି ଆସିବା ପରେ ଉପର ଅଞ୍ଚଳରୁ ଏକ ବିଶାଳ ପାଣିର ପ୍ରାଚୀର ତଳକୁ ଆସୁଥିବା ଦେଖିଥିଲେ।

ପ୍ରାୟ ୧୦୦ ମିଟର ଉଚ୍ଚ ତରଙ୍ଗ ପରି ଏହା ବଜାର ଉପରକୁ ମାଡ଼ି ଆସିଥିଲା।

କିଛି ମୁହୂର୍ତ୍ତ ମଧ୍ୟରେ ବଜାର ନିଖୋଜ ହୋଇଗଲା।

ଢୁଙ୍ଗାନା ଓ ଅନ୍ୟ ଅନେକ ଲୋକ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲେ।

କଷ୍ଟମ୍ସ ଚେକ୍‌ପଏଣ୍ଟରେ ଅପେକ୍ଷା କରୁଥିବା ୩୦୦ରୁ ଅଧିକ ଗାଡ଼ି ଓ ଟ୍ରକ୍ ବନ୍ୟାରେ ଭାସିଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।