Nepal flood: ନୁୱାକୋଟର ଗୋଟିଏ ଘରୁ ଉଦ୍ଧାର ହେଲା ୨୩ ମୃତଦେହ

Sep 01, 2026 - 11:37
Nepal flood: ନୁୱାକୋଟର ଗୋଟିଏ ଘରୁ ଉଦ୍ଧାର ହେଲା ୨୩ ମୃତଦେହ

"କାଠମାଣ୍ଡୁ: ନେପାଳରେ ଅଗଷ୍ଟ ୨୬ରେ ଆସିଥିବା ଆକସ୍ମିକ ବନ୍ୟା ଏବଂ ଭୂସ୍କଳନର ବିଭୀଷିକା ମଧ୍ୟରେ ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।

ବନ୍ୟାପ୍ରଭାବିତ ନୁୱାକୋଟ୍ ଜିଲ୍ଲାର ଏକ ବିପନ୍ନ ଘରୁ ଏକାସଙ୍ଗରେ ୨୩ଟି ମୃତଦେହ ଉଦ୍ଧାର କରାଯିବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

କାଦୁଅ ଓ ପ୍ରବଳ ଜଳସ୍ରୋତରେ ସମ୍ପୂର୍ଣ୍ଣ ପୋତି ହୋଇଯାଇଥିବା ଏହି ଘର ଭିତରୁ ଗୋଟିଏ ପରେ ଗୋଟିଏ ଶବ ବାହାରୁଥିବା ବେଳେ ଦେଶରେ ମୋଟ ମୃତ୍ୟୁସଂଖ୍ୟା ମଙ୍ଗଳବାର ସୁଦ୍ଧା ୯୬୨ରେ ପହଞ୍ଚିଛି।Advertisment ନେପାଳ-ତିବ୍ଦତ ସୀମାନ୍ତରେ ହିମଖଣ୍ଡ ଅସାଧାରଣ ଭାବେ ଖସିପଡ଼ିବା କାରଣରୁ ଭୋଟକୋଶୀ ଓ ତ୍ରିଶୂଳୀ ନଦୀ ଅବବାହିକାରେ ଆସିଥିବା ଏହି ବିନାଶକାରୀ ବନ୍ୟା ନେପାଳର ଉତ୍ତର ଓ ମଧ୍ୟାଞ୍ଚଳର ଶହ ଶହ ଗାଁକୁ ଛାରଖାର କରିଦେଇଛି।

ବିଶେଷ କରି ନୁୱାକୋଟ୍, ଚିତୱାନ୍, ଧାଡିଂ ଏବଂ ନବଲପରାସୀ ଭଳି ଜିଲ୍ଲାଗୁଡ଼ିକରେ ବହୁ ଆବାସିକ ଭବନ ଏବଂ ଭିତ୍ତିଭୂମି ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଛି।

ବର୍ତ୍ତମାନ ସୁଦ୍ଧା ସାରା ଦେଶରୁ ପ୍ରାୟ ୪,୦୦୦ ଲୋକ ନିଖୋଜ ଥିବା ବେଳେ ବିଭିନ୍ନ ଜଳବିଦ୍ୟୁତ୍ ପ୍ରକଳ୍ପର ଟନେଲ୍ ଭିତରେ ଗତ ୬ ଦିନ ହେବ ୯୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ଫସି ରହିଛନ୍ତି।

ଟନେଲ୍ ମୁହାଁଣରେ ପ୍ରବଳ ମୋଟା କାଦୁଅ, ଚଟାଣ ଓ ମାଟି ଜମି ରହିଥିବାରୁ ଏବଂ ଅବିଶ୍ରାନ୍ତ ବର୍ଷା ଯୋଗୁଁ ସେମାନଙ୍କ ନିକଟରେ ପହଞ୍ଚିବା ଉଦ୍ଧାରକାରୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Rajnath Singh : ନେପାଳ ଦୂତାବାସ ପରିଦର୍ଶନ କଲେ ରାଜନାଥ; କହିଲେ, ନୂଆଦିଲ୍ଲୀ-କାଠମାଣ୍ଡୁ ସୁଖ ଓ ଦୁଃଖର ସାଥୀ ଅପରପକ୍ଷରେ ତଳମୁଣ୍ଡର ବିଭିନ୍ନ ସ୍ଥାନରୁ ଉଦ୍ଧାର ହେଉଥିବା ଅଜ୍ଞାତ ମୃତଦେହଗୁଡ଼ିକୁ ଚିହ୍ନଟ କରିବା ପାଇଁ ହସ୍ପିଟାଲ ଓ ଅସ୍ଥାୟୀ ସଂରକ୍ଷଣ କେନ୍ଦ୍ରଗୁଡ଼ିକରେ ପରିବାର ଲୋକଙ୍କ ଭିଡ଼ ଲାଗି ରହିଛି।

ମୃତଦେହଗୁଡ଼ିକ ଅଧିକ ପଚିଯାଉଥିବାରୁ ସ୍ୱାସ୍ଥ୍ୟ ସଙ୍କଟ ଏବଂ ସଂକ୍ରମଣ ବ୍ୟାପିବାର ଆଶଙ୍କା ଦେଖାଦେଇଛି।

ଏହି ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ବନ୍ୟାପ୍ରଭାବିତ ଅଞ୍ଚଳରେ ପ୍ରାୟ ୬୫,୦୦୦ ଲୋକଙ୍କୁ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ, ପରିଚ୍ଛନ୍ନତା ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ନଦେଲେ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିବ।

ସେତୁ, ରାସ୍ତାଘାଟ ଭାଙ୍ଗିଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଦ୍ରୁତଗତିରେ କରିବାରେ ପ୍ରଶାସନ ନାକେଦମ୍ ହେଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।