Nepal flood: ନେପାଳ ବନ୍ୟାର ଭୟାନକ କାରଣ : ୨.୨ ବର୍ଗ କିଲୋମିଟର ପାହାଡ଼ ଧସି ଉପତ୍ୟକାରେ ମାଡ଼ ହୋଇଥିଲା
"କାଠମାଣ୍ଡୁ: ଗତମାସରେ ନେପାଳରେ ଘଟିଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟାର ମୁଖ୍ୟ କାରଣ ଅନ୍ତର୍ଜାତୀୟ ବୈଜ୍ଞାନିକମାନେ ଚିହ୍ନଟ କରିଛନ୍ତି ।
ଅନ୍ତର୍ଜାତୀୟ ସଂସ୍ଥା "ୱାର୍ଲ୍ଡ ୱେଦର ଆଟ୍ରିବ୍ୟୁସନ୍" (ଡବ୍ଲ୍ୟୁଡବ୍ଲ୍ୟୁଏ)ର ନୂତନ ଅଧ୍ୟୟନ ଅନୁଯାୟୀ, ଲାଙ୍ଗଟାଙ୍ଗ ଲିରୁଙ୍ଗ ଶୃଙ୍ଗରୁ ଆନୁମାନିକ ୧୧ କୋଟି ଘନ ମିଟର ଆକାରର ପଥର ଓ ବରଫ ଖସିପଡ଼ିଥିଲା।
ଏହି ଭୟଙ୍କର ହିମସ୍ଖଳନ ଯୋଗୁଁ ପାହାଡ଼ର ଉତ୍ତର ପାର୍ଶ୍ୱର ୨.୨ ବର୍ଗ କିଲୋମିଟର ଅଞ୍ଚଳ ଏବଂ ୫୦ ମିଟର ଗଭୀରତାର ଏକ ବିଶାଳ ଭାଗ ସମ୍ପୂର୍ଣ୍ଣ ଛିନ୍ନଭିନ୍ନ ହୋଇ ପ୍ରବାହିତ ହୋଇଥିଲା।
ଏହି ଘଟଣା କୌଣସି ଗୋଟିଏ ପ୍ରତିକୂଳ ପାଣିପାଗ ଯୋଗୁଁ ହୋଇନଥିଲା, ବରଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ଜଳବାୟୁଗତ ଏବଂ ଭୂତାତ୍ତ୍ୱିକ କାରଣର ସମ୍ମିଶ୍ରଣ ଯୋଗୁଁ ଏହି ବଡ଼ ସଙ୍କଟ ସୃଷ୍ଟି ହୋଇଥିବା ରିପୋର୍ଟରେ କୁହାଯାଇଛି।Advertisment ଆହୁରି ପଢନ୍ତୁ :Supremecourt: ମହିଳା ହୋଇଥିବାରୁ ଚାକିରି ନ ମିଳିବା ପ୍ରସଙ୍ଗ: ଆଇଓସିକୁ ୧୨ ଲକ୍ଷ କ୍ଷତିପୂରଣ ଦେବାକୁ କହିଲେ ସୁପ୍ରିମ୍କୋର୍ଟ ତଥ୍ୟ ଅନୁଯାୟୀ, ଏହି ପ୍ରଭାବିତ ଅଞ୍ଚଳ ପ୍ରାୟ ୩୦୦ଟି ଫୁଟବଲ୍ ପଡ଼ିଆ ସହ ସମାନ, ଯାହା ପଥର ଓ ବରଫରେ ଆଚ୍ଛାଦିତ ହୋଇଯାଇଥିଲା।
ଡବ୍ଲ୍ୟୁଡବ୍ଲ୍ୟୁଏ ଅଧ୍ୟୟନ ଅନୁଯାୟୀ, ଏହି ବରଫ ଓ ପଥର ସ୍ଖଳନ ୫,୧୫୦ ମିଟର ଉଚ୍ଚତାରୁ ୧,୪୦୦ ମିଟର ତଳକୁ ଖସି ଉପତ୍ୟକାର ପୃଷ୍ଠଭାଗରେ ପ୍ରଚଣ୍ଡ ବେଗରେ ମାଡ଼ ହୋଇଥିଲା, ଯାହାର ପ୍ରଭାବରେ ୫.୨ ତୀବ୍ରତାର ଭୂକମ୍ପଭଳି ଝଟକା ରେକର୍ଡ କରାଯାଇଥିଲା।
ଡବ୍ଲ୍ୟୁଡବ୍ଲ୍ୟୁଏ ହେଉଛି ବୈଜ୍ଞାନିକମାନଙ୍କର ଏକ ଅନ୍ତର୍ଜାତୀୟ ସହଯୋଗୀ ସଂସ୍ଥା, ଯାହା ଚରମ ପାଣିପାଗ ଘଟଣାଗୁଡ଼ିକ ଉପରେ ଜଳବାୟୁ ପରିବର୍ତ୍ତନର ସମ୍ଭାବ୍ୟ ପ୍ରଭାବକୁ ବିଶ୍ଳେଷଣ ଓ ଉପସ୍ଥାପନ କରିଥାଏ।
ନେପାଳରେ ବିଭିନ୍ନ ଟନେଲରୁ ଉଦ୍ଧାର ଅଭିଯାନ ଚାଲିଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୧,୪୦୦ ଟପିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।