Nepal flood: ୧୬୩ ଭାରତୀୟ ଉଦ୍ଧାର, ଚୀନ୍‌ରୁ ଫେରିଲେ ୧୫୧

Sep 01, 2026 - 22:53
Nepal flood: ୧୬୩ ଭାରତୀୟ ଉଦ୍ଧାର, ଚୀନ୍‌ରୁ ଫେରିଲେ ୧୫୧

"ୱାସିଂଟନ: ଭୟଙ୍କର ବନ୍ୟାରେ ପ୍ରଭାବିତ ନେପାଳରୁ ଏପର୍ଯ୍ୟନ୍ତ ୧୬୩ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି।

ଏଥିସହ ମଙ୍ଗଳବାର ଚୀନ୍‌ରୁ ୧୫୧ ଜଣ ଭାରତୀୟ ଫେରିଛନ୍ତି।

ଭାରତୀୟ ବିଦେଶ ମନ୍ତ୍ରଣାଳୟ (ଏମ୍‌ଇଏ) ପକ୍ଷରୁ ମଙ୍ଗଳବାର ଜାରି ଅଦ୍ୟତନ ସୂଚନାରେ ଏହା କୁହାଯାଇଛି।

ମନ୍ତ୍ରଣାଳୟ ଅନୁଯାୟୀ, ସୋମବାରଠାରୁ ଆଉ ୫ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି।

ନେପାଳରେ ବନ୍ୟା ଯୋଗୁଁ ୧,୦୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫୮୦ରୁ ଅଧିକ ବିଦେଶୀ ନାଗରିକ ଏବେ ବି ନିଖୋଜ ଥିବା ଜଣାପଡ଼ିଛି।

ନିଖୋଜ ଲୋକଙ୍କ ସନ୍ଧାନରେ ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳ ଅଭିଯାନ ଜାରି ରଖିଛନ୍ତି।Advertisment ଭାରତ ନେପାଳରେ ଉଦ୍ଧାର ଓ ଫରେନ୍‌ସିକ୍‌ କାର୍ଯ୍ୟରେ ସହାୟତା ପାଇଁ ସ୍ୱତନ୍ତ୍ର ଟିମ୍‌ ନିୟୋଜିତ କରିଛି।

ଚିଲିମେ ଅଞ୍ଚଳର ଜଳବିଦ୍ୟୁତ୍‌ ସୁଡ଼ଙ୍ଗରେ ଭାରତୀୟ ଟନେଲ୍‌ ଉଦ୍ଧାରକାରୀ ଦଳ ପହଞ୍ଚି ଭିତରେ ଆଗକୁ ବଢ଼ିବାକୁ ଉଦ୍ୟମ କରିଛି।

ତେବେ ସୁଡ଼ଙ୍ଗର ପ୍ରବେଶ ପଥ ଅତ୍ୟନ୍ତ ସଂକୀର୍ଣ୍ଣ ହେବା, ଭୂପୃଷ୍ଠର ପରିସ୍ଥିତି ଯୋଗୁଁ ବିଶେଷ ଯନ୍ତ୍ରପାତି ବ୍ୟବହାରରେ ସମସ୍ୟା ଏବଂ ସୁଡ଼ଙ୍ଗ ଭିତର ଭୂମି ଦଲଦଲିଆ ରହିବା ଯୋଗୁଁ ଉଦ୍ଧାରକାରୀ ଦଳ ଅସୁବିଧାର ସମ୍ମୁଖୀନ ହୋଇଛି।

Flood in Nepal: ନେପାଳରେ ବନ୍ୟା ଆତଙ୍କ: ଦିନ ଗଡ଼ୁଛି, ଚିନ୍ତା ବଢ଼ୁଛି ଏହି ସମସ୍ୟା ଦୂର କରିବାକୁ ଦଳ ପକ୍ଷରୁ ନୂଆ ପଦ୍ଧତି ଆପଣାଯିବା ସହ ନିଜସ୍ୱ ଉପାୟରେ ପ୍ରସ୍ତୁତ ଭାସମାନ ଉପକରଣ ବ୍ୟବହାର କରାଯାଇଛି।

ବୁଧବାର ମଧ୍ୟ ଦଳ ସୁଡ଼ଙ୍ଗ ଭିତରକୁ ଯାଇ ସେଠାରେ କେହି ଫସି ରହିଥିଲେ ସେମାନଙ୍କୁ ଖୋଜି ଉଦ୍ଧାର କରିବାକୁ ଉଦ୍ୟମ କରିବ।

ଅନ୍ୟପକ୍ଷରେ, ନେପାଳୀ ସହଯୋଗୀଙ୍କ ସହ ସମନ୍ୱୟ ରଖି ଭାରତୀୟ ଫରେନ୍‌ସିକ୍‌ ଟିମ୍‌ ମଧ୍ୟ ତା"ର କାର୍ଯ୍ୟ ବଢ଼ାଇଛି।

ଡିଏନ୍‌ଏ ନମୁନାର ପରୀକ୍ଷା ଓ ବିଶ୍ଳେଷଣ ଭଳି କାର୍ଯ୍ୟ କରାଯାଉଛି।

ନିଖୋଜ ଓ ମୃତକଙ୍କ ପରିଚୟ ନିର୍ଦ୍ଧାରଣ ସହ ବ୍ୟାପକ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଭାରତୀୟ ଟିମ୍‌ଗୁଡ଼ିକ ନେପାଳୀ କର୍ତ୍ତୃପକ୍ଷଙ୍କ ସହ ମିଶି କାମ କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।