Nepal floods: ବଞ୍ଚିବାର ସବୁରାସ୍ତା ହୋଇଯାଇଥିଲା ବନ୍ଦ; ଦେବଦୂତ ସାଜି ପହଞ୍ଚିଲେ ପାଇଲଟ
"ନେପାଳ: ନେପାଳରେ ପ୍ରକୃତିର ତାଣ୍ଡବ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି।
ବନ୍ୟାଜଳର ପ୍ରଖର ସ୍ରୋତରେ ରାସ୍ତାଘାଟ, ଘରଦ୍ବାର ତାସ ଘର ପରି ଭାସି ଯାଇଛି।
ଏହି ଭୟଙ୍କର ବନ୍ୟା ପରେ ଏକ ଭିଡିଓ ସାମ୍ନାକୁ ଆସିଛି।
ଭାଇରାଲ ଭିଡିଓରେ, ଜଣେ ବ୍ୟକ୍ତି ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଛଟପଟ ହେଉଥିବାର ଦେଖିବାକୁ ମିଳୁଛି।
Advertisment ଭିଡିଓରେ ଜଣେ ବ୍ୟକ୍ତି ଘର ଛାତ ଉପରେ ଛିଡ଼ା ହୋଇଛନ୍ତି।
ଘର ଚାରିପାଖରେ ମଇଳା ପାଣି ଏବଂ କାଦୁଅରେ ପରିପୂର୍ଣ୍ଣ।
ଧୀରେଧୀରେ ବୃଦ୍ଧି ପାଉଛି ବନ୍ୟା ଜଳସ୍ତର।
ବଞ୍ଚିବାର ସବୁ ଆଶା ଛାଡ଼ି ଦେଇଥିଲେ ଉକ୍ତ ବ୍ୟକ୍ତି।
ଠିକ ଏହି ସମୟରେ ଆକାଶରୁ ହେଲିକପ୍ଟର ଶବ୍ଦ ଶୁଣିବାକୁ ପାଇଥିଲେ ସେ।
ଉପସ୍ଥିତ ବୁଦ୍ଧି ଖଟାଇ ସଙ୍ଗେସଙ୍ଗେ ପିନ୍ଧିଥିବା ସାର୍ଟ ଖୋଲି ହଲାଇବାକୁ ଲାଗିଥିଲେ ବ୍ୟକ୍ତି ଜଣକ।
ସୌଭାଗ୍ୟବଶତଃ ପାଇଲଟ ଟି-ସାଣ୍ଟ ହଲାଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ଦେଖିପାରିଥିଲେ ।
ବିଳମ୍ବ ନକରି ପାଇଲଟ୍ ବିମାନକୁ ସିଧାସଳଖ ଘରର ଛାତ ଆଡ଼କୁ ନେଇଯାଇଥିଲେ।
ଉଚ୍ଚ କୋଠା ଏବଂ ସଂକୀର୍ଣ୍ଣ ସ୍ଥାନ ଯୋଗୁଁ ଉଦ୍ଧାରକାର୍ଯ୍ୟରେ ସମସ୍ୟା ଦେଖା ଦେଇଥିଲା।
କିନ୍ତୁ ଦୁଇ କିମ୍ବା ତିନୋଟି ବିଫଳ ପ୍ରୟାସ ପରେ ସାହସୀ ପାଇଲଟ୍ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ନେଇଥିଲେ।
ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା ୫୪୭ ଛୁଇଁଲା: ଶବାଗାରରେ ସ୍ଥାନାଭାବ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।