New Hope for Oral Cancer ମୁଖ କର୍କଟ ବିରୋଧରେ ନୂଆ ଆଶା କୋଟାର୍ନାଇନ୍ : ଏନ୍ଆଇଟି ଓ ଆଇଜର୍ ଗବେଷକ ଦଳର ଗବେଷଣା
"ରାଉରକେଲା: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ଓ ଆଇଜର୍ ବ୍ରହ୍ମପୁରର ଗବେଷକମାନେ ମୁଖ ଗହ୍ଵର କର୍କଟ ଚିକିତ୍ସାକ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି।
ଏହି ମିଳିତ ଗବେଷଣା ଦଳ ଏକ ଅଭିନବ "କୋଟାର୍ନାଇନ୍" ଉତ୍ପନ୍ନ ଚିକିତ୍ସା ସୂତ୍ର ପ୍ରସ୍ତୁତ କରିଛନ୍ତି, ଯାହା ମୁଖକର୍କଟ ଚିକିତ୍ସାରେ ବିଶେଷ ସହାୟକ ହେବ।
ଏହି ଗୁରୁତ୍ଵପୂର୍ଣ୍ଣ ଆବିଷ୍କାରକୁ ଭାରତ ସରକାରଙ୍କ ପକ୍ଷରୁ ପ୍ୟାଟେଣ୍ଟ୍ ପ୍ରଦାନ କରାଯାଇଛି।
ଏହି ଗବେଷକ ଦଳରେ ଏନ୍ଆଇଟିର ପ୍ରଫେସର ହରେକୃଷ୍ଣ ସାହୁ, ପ୍ରଫେସର ବିବେକାନନ୍ଦ ମଲ୍ଲିକ, ଲକ୍ଷ୍ମୀପ୍ରିୟା ପୃଷ୍ଟି, ଶ୍ରୁତି ବିଶ୍ଵାଳ ଓ ଆଇଜର୍ ବ୍ରହ୍ମପୁରର ପ୍ରଦ୍ୟୋତ କୁମାର ବେହେରା, ପ୍ରଫେସର ଲକ୍ଷ୍ମୀଧର ରାଉତ ସାମିଲ ଅଛନ୍ତି।Advertisment Cancer Treatment: କ୍ୟାନସର ଚିକିତ୍ସା ପରେ ଗଳା ଦରଜ ହେଉଛି କି?
ଏହା କ"ଣ କ୍ୟାନସର ଫେରିବାର ସଙ୍କେତ?ଭାରତରେ ବିଳମ୍ବରେ କର୍କଟ ରୋଗ ଚିହ୍ନଟ ହେବା ଓ ପାରମ୍ପରିକ ଚିକିତ୍ସାର ସୀମିତତା ଯୋଗୁ ବହୁ ରୋଗୀ ପ୍ରଭାବିତ ହେଉଥିବା ବେଳେ ଏହି ନୂତନ ଜ୍ଞାନକୌଶଳ କର୍କଟ ଚିକିତ୍ସାରେ ଏକ ନୂଆ ଆଶା ସଞ୍ଚାର କରିଛି।
ଗବେଷକଙ୍କ ସୂଚନା ଅନୁଯାୟୀ, ଏହି ନୂତନ କୋଟାର୍ନାଇନ୍ ମୋଲିକ୍ୟୁଲ୍ କର୍କଟ କୋଷ, ବିଶେଷକରି ଜିଭରେ ହେଉଥିବା କର୍କଟ କୋଷଗୁଡ଼ିକୁ ଅତି କମ୍ ମାତ୍ରାରେ ମଧ୍ୟ ନଷ୍ଟ କରିବାରେ ବେଶ୍ ପ୍ରଭାବଶାଳୀ ପ୍ରମାଣିତ ହୋଇଛି।
ଏହା ଆଗାମୀ ଦିନରେ ପ୍ରାକ୍-କ୍ଲିନିକାଲ୍ ଓ ଅନୁବାଦମୂଳକ ଗବେଷଣା ପାଇଁ ଏକ ଦୃଢ଼ ମୂଳଦୁଆ ପକାଇବ।
ଏହା କମ୍ ପାର୍ଶ୍ଵ ପ୍ରତିକ୍ରିୟା ସହ ଅଧିକ ଲାଭଦାୟକ ହେବ।
ଆଗାମୀ ଦିନରେ ପଶୁମାନଙ୍କ ଉପରେ ପରୀକ୍ଷଣ ଓ ମାନବ କ୍ଲିନିକାଲ୍ ମୂଲ୍ୟାୟନ ମାଧ୍ୟମରେ ଏହାର ସୁରକ୍ଷା ଓ ପ୍ରଭାବକୁ ଅଧିକ ପ୍ରମାଣିତ କରାଯିବ ବୋଲି ଗବେଷକ ଦଳ କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।