New look: ଚର୍ଚ୍ଚାରେ ମନୋଜ ମିଶ୍ରଙ୍କ ଲୁକ୍, ପରଦାକୁ ଆସିବ ଆଗ୍ନେ-ମିନଲଙ୍କ ପ୍ରେମ ଓ ବିବାହ କାହାଣୀ

Sep 30, 2026 - 09:52
New look: ଚର୍ଚ୍ଚାରେ ମନୋଜ ମିଶ୍ରଙ୍କ ଲୁକ୍, ପରଦାକୁ ଆସିବ ଆଗ୍ନେ-ମିନଲଙ୍କ ପ୍ରେମ ଓ ବିବାହ କାହାଣୀ

"ଭୁବନେଶ୍ବର: ଏଥର ପୂଜା ବଜାରକୁ ଆସିବ ବେଶ କେତୋଟି ଓଡ଼ିଆ ଛବି।

ତେବେ ଏଥିମଧ୍ୟରୁ ନିଆରା ରହିଛି  "ଏଡବ୍ଲୁଏମ୍"।

ଆଗ୍ନେ ୱେଡ୍ସ ମିନଲ୍ ହେଉଛି ଏହାର ସବଟାଇଟଲ୍।

ବେଶ୍ କିଛି ଦିନର ବ୍ୟବଧାନରେ ଚଳିତ ବର୍ଷ ଚର୍ଚ୍ଚିତ ଅଭିନେତା ମନୋଜ ମିଶ୍ରଙ୍କ ଅଭିନୀତ ଏକ ସିନେମା ବଡ଼ପରଦାକୁ ଆସିବ।

ଏହି ସିନେମାରେ ମନୋଜଙ୍କ ଲୁକ୍ ବେଶ୍ ଚର୍ଚ୍ଚାରେ ରହିଛି।

Advertisment ରିଷଭ ଅଗ୍ରୱାଲଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ମନୋଜ ମିଶ୍ରଙ୍କ ବିପକ୍ଷରେ ପ୍ରଥମ ଥର ଲାଗି ନଜର ଆସିବେ ଜଣାଶୁଣା ନାୟିକା ଅର୍ଲିନ୍ ଅଙ୍କିତାଙ୍କୁ ।

ଏହାଛଡ଼ା ଏଥିରେ ଉଷସୀ ମିଶ୍ର ଓ ଶକ୍ତି ବରାଳ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି।

ବାସ୍ତବ ଦମ୍ପତିଙ୍କ ଏକ ନିଆରା ପ୍ରେମ କାହାଣୀ ଉପରେ ଏହାର କଥାବସ୍ତୁ ପ୍ରେରିତ ବୋଲି କୁହାଯାଉଛି।

ଏଥିରେ ଆଗ୍ନେ ଏବଂ ମିନଲଙ୍କ ପ୍ରେମ ଓ ପରେ ବୈବାହିକ ଜୀବନର ଯାତ୍ରାକୁ ଦର୍ଶାଇଛନ୍ତି ଲେଖକ-ନିର୍ଦ୍ଦେଶକ ରିଷଭ ଅଗ୍ରୱାଲ୍ । "ଏଡବ୍ଲୁଏମ୍"ର ରିଲିଜ୍ ତାରିଖ ଅବଶ୍ୟ ଘୋଷଣା କରାଯାଇନାହିଁ କାହାଣୀ ଅନୁଯାୟୀ, ଆଗ୍ନେ ଜଣେ ଜଣେ ଦିବ୍ୟାଙ୍ଗ ଓ ମିନଲ୍ ଜଣେ ସାଧାରଣ ଯୁବତୀ।

ଉଭୟେ ଭଲପାଇ ବାହା ହୁଅନ୍ତି।

କିନ୍ତୁ ପରେ ଉଭୟଙ୍କ ଭିତରେ ଏକ ନିର୍ଦ୍ଧିଷ୍ଟ ଘଟଣାକୁ ନେଇ ମତାନ୍ତର ଓ ମନାନ୍ତର ଘଟେ।

କଥା ଛାଡ଼ପତ୍ର ଯାଏ ପହଞ୍ଚେ।

ଆଉ ତାପରେ କ"ଣ ଘଟେ, ତାହା ଜାଣିବାକୁ ଆପଣଙ୍କୁ "ଏଡବ୍ଲୁଏମ୍"ର ରିଲିଜ୍ ଯାଏ ଅପେକ୍ଷା କରିବାକୁ ପଡ଼ିବ।

ମନୋଜ ମିଶ୍ର, ମମତା ନନ୍ଦ ଓ ରିଷଭ ଅଗ୍ରୱାଲ୍ ଏହାର ପ୍ରଯୋଜକ।

ମନୋଜ ମିଶ୍ର ଫିଲ୍ମସ୍, ଶାଲୋମ୍ ଫିଲ୍ମସ୍ ଏବଂ ଭବ୍ୟ ଫିଲ୍ମସ୍ ଦ୍ବାରା ପ୍ରସ୍ତୁତ "ଏଡବ୍ଲୁଏମ୍"ର ରିଲିଜ୍ ତାରିଖ ଅବଶ୍ୟ ଘୋଷଣା କରାଯାଇନାହିଁ।

ମାଥିଲିରେ ବାଲି ଚୋରାଚାଲାଣ ରୋକିଲେ ଗ୍ରାମବାସୀ, ୪ ଟିପ୍ପର ସହ ଜେସିବି ଜବତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।