New store: ୨୫ ସ୍ବତନ୍ତ୍ର ଷ୍ଟୋର୍ ଖୋଲିବ ‘କୁଚିନା’
"ଭୁବନେଶ୍ବର: ଅଗ୍ରଣୀ କିଚେନ୍ ଆପ୍ଲାଏନ୍ସେସ୍ ବ୍ରାଣ୍ଡ୍ କୁଚିନା ରାଜ୍ୟରେ ୨୫ଟି ସ୍ବତନ୍ତ୍ର ଷ୍ଟୋର ଖୋଲିବାକୁ ଯୋଜନା ରଖିଛି।
କମ୍ପାନିର ପରିଚାଳନା ନିର୍ଦ୍ଦେଶକ ନମିତ ବଜୋରିଆ ଏହି ସୂଚନା ଦେଇଛନ୍ତି।
ସେ କହିଥିଲେ, ଗ୍ରାହକମାନେ ଏବେ କେବଳ ଏକ ଆପ୍ଲାଏନ୍ସେସ୍ ଚାହୁନାହାନ୍ତି।
ସେମାନେ ପ୍ରଯୁକ୍ତି, ସୁବିଧାସୁଯୋଗ, ସୁରକ୍ଷା ଓ ଡିଜାଇନ ଚାହୁଛନ୍ତି।Advertisment ଚିମ୍ନିଠାରୁ ଆଗକୁ ବଢ଼ି କୁକ୍ଟପ୍, ଛୋଟ ରୋଷେଇ ଘର ଆପ୍ଲାଏନ୍ସେସ୍ ଆଦିକୁ କୁଚିନାକୁ ଏକ ସମ୍ପୂର୍ଣ୍ଣ ରୋଷେଇ ଘର ସମାଧାନ ପ୍ରଦାନକାରୀମାନେ ପ୍ରତିଷ୍ଠିତ କରିବ।
ଓଡ଼ିଶା ଆମ ପାଇ ଏକ ଗୁରୁତ୍ବପୂର୍ଣ୍ଣ ବଜାର।
ଆମ ନୂଆ ଷ୍ଟୋର୍ଗୁଡ଼ିକ ଜରିଆରେ ଆମେ ରାଜ୍ୟର ଗ୍ରାହକମାନଙ୍କ ଆହୁରି ନିକଟତର ହୋଇପାରିବୁ ବୋଲି ସେ କହିଥିଲେ।କୁଚିନା ପକ୍ଷରୁ ବିଏଲ୍ଡିସିର ଶକ୍ତି ଥିବା ଏଆଇ ଚିମ୍ନି ଉପସ୍ଥାପନ କରାଯାଇଛି।
ଏଥିରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ବିଏଲ୍ଡିସି ମୋଟର ରହିଛି ଯାହା କମ୍ ଶବ୍ଦରେ କାମ କରିବ।
Hamleys' flagship : ହାମଲେଜ୍ର ଫ୍ଲାଗସିପ୍ ଜୁବିଲି ହିଲ୍ସ ଷ୍ଟୋର୍ ଉଦ୍ଘାଟିତ କମ୍ପାନି ଅଟୋ ଇଗ୍ନିସନ ଓ ଫ୍ଲେମ୍ ଫେଲିଆର ଭଳି ଡିଭାଇସ୍ ମଧ୍ୟ ଆଣିଛି ଓ ଏହାର କୁକ୍ଟପ୍ ଉତ୍ପାଦ ବର୍ଗମାଳାକୁ ସମ୍ପ୍ରସାରଣ କରିଛି।
ଦୈନନ୍ଦିନ ରୋଷେଇ ଓ ଖାଦ୍ୟ ପ୍ରସ୍ତୁତି ଆବଶ୍ୟକତାକୁ ନଜରରେ ରଖି କମ୍ପାନି ବିଭିନ୍ନ ଛୋଟ ଛୋଟ ରୋଷେଇ ଘର ଆପ୍ଲାଏନ୍ସେସ୍ ବିକାଶ କରୁଛି।
ଭୁବନେଶ୍ବରରେ କୁଚିନାର ଏକ ସ୍ବତନ୍ତ୍ର ଷ୍ଟୋର୍ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।