ଆଜମ ଖାନ୍‌ଙ୍କୁ ଗିରଫ କଲା ED: ଅଖିଳେଶ କହିଲେ…

Oct 31, 2026 - 22:31
ଆଜମ ଖାନ୍‌ଙ୍କୁ ଗିରଫ କଲା ED: ଅଖିଳେଶ କହିଲେ…

ଲକ୍ଷ୍ନୌ,୩୧।୧୦: ଉତ୍ତର ପ୍ରଦେଶର ରାମପୁରରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ୍‌ ଖାନଙ୍କୁ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ(ED) ଶନିବାର ଗିରଫ କରିଛି। ରାମପୁର ଜେଲରୁ ମୁକୁଳିବା ମାତ୍ରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରବିବାର ସକାଳେ ତାଙ୍କୁ କୋର୍ଟରେ ହାଜର କରାଯିବ।

ଆଜମ୍‌ଙ୍କୁ ମୁକ୍ତ କରି ପୁଣି ଗିରଫ କରାଯିବା ଘଟଣାରେ ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅଖିଳେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ’X’ ରେ ଏକ ପୋଷ୍ଟ କରି କରିଛନ୍ତି। ବର୍ତ୍ତମାନ କ୍ଷମତାରେ ଥିବା ଲୋକମାନେ ମନେ ରଖିବା ଉଚିତ ଯେ, ଯେତେବେଳେ ସମୟ ବଦଳେ, ସେତେବେଳେ କ୍ଷମତାର ସିଂହାସନ ମଧ୍ୟ ବଦଳିଯାଏ। ଆଜମଙ୍କ ବିରୋଧରେ ଅଣାଯାଇଥିବା ଆଇନଗତ ମାମଲା ପଛରେ ଷଡଯନ୍ତ୍ର ରହିଛି। କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଥିବା ଅଭିଯୋଗ କରି କଡ଼ା ସମାଲୋଚନା କରିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।