ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍କା; ଡେମୋକ୍ରାଟ୍ସ ହାତେଇଲେ ବହୁମତ, ବିଶ୍ୱରେ ଚହଳ
ଓ଼୍ବାଶିଂଟନ,୪।୧୧: ଆମେରିକାରେ 2026 ମିଡଟର୍ମ ନିର୍ବାଚନରେ ଭୋଟ ଗ୍ରହଣ ଶେଷ ହୋଇଛି ଏବଂ ଭାରତୀୟ ସମୟ ଅନୁଯାୟୀ ଆଜି ନଭେମ୍ୱର 4 ସକାଳ ସାଢ଼େ 4ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏଥର ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ପ୍ରାୟ 5.76 କୋଟି ଲୋକ ଆର୍ଲି ଭୋଟିଂ (ପୂର୍ୱରୁ ଭୋଟ ଦେବା) ସିଷ୍ଟମ ଜରିଆରେ ମତଦାନ ଦିନ ପୂର୍ୱରୁ ହିଁ ଭୋଟ ଦେଇସାରିଥିଲେ। ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଏଥର ଆର୍ଲି ଭୋଟିଂର ପରିସଂଖ୍ୟାନ 2022 ମିଡ୍ଟର୍ମ ର୍ନିବାଚନକୁ ପଛରେ ପକାଇ ଦେଇଛି। 2022 ମସିହାରେ 4.59 କୋଟି ଲୋକ ଆର୍ଲି ଭୋଟିଂ ସିଷ୍ଟମ ଜରିଆରେ ମତଦାନ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।