ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..
ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ କରିଛି।
ସୂଚନା ଅନୁସାରେ, ଘଷିପୁରା ଥାନା କାଠପାଳ ଗାଁର ଜଣେ ଯୁବତୀ ଏନେଇ ଥାନାରେ ଅଭିଯୋଗ କରିଥିଲେ । କେହି ଅଜଣା ବ୍ୟକ୍ତି ତାଙ୍କ ଇନଷ୍ଟା ଆଇଡି ହ୍ୟାକ କରି ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଜଣାଇଥିଲେ । ଏ ନେଇ ଘଷିପୁରା ଥାନାରେ କେସ ନଂ ୩୯୨/୨୧.୯.୨୬ ରେ ଧାରା ୩୫୩(୨)/୭୯/୨୯୬ ବିଏନଏସ ଏବଂ ୬୭/୬୭ଏ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଥିଲା।
ଅଭିଯୋଗ ପରେ ଘଷିପୁରା ପୋଲିସ ବୈଷୟିକ ତର୍ଜମା ଆରମ୍ଭ କରିଥିଲା। ତଦନ୍ତରୁ ଘଟଣା ସତ୍ୟ ବୋଲି ଜଣାପଡିବା ପରେ ପୋଲିସ ଅଭିଯୁକ୍ତ କେଶଦୂରାପାଳ ଗାଁର ସୁଶାନ୍ତ ଓଝା (୩୬)ଙ୍କୁ ସୋମବାର ଗିରଫ କରିଛି। ମଙ୍ଗବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।