କନ୍ଦରପୁରର ନୂଆ ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଲେ ନିରଞ୍ଜନ

Oct 17, 2026 - 11:08
କନ୍ଦରପୁରର ନୂଆ ଥାନା ଅଧିକାରୀ ଭାବେ ଦାୟିତ୍ୱ ନେଲେ ନିରଞ୍ଜନ

କଟକ ସଦର,୧୭।୧୦(ସୁଶାନ୍ତ କୁମାର ଜେନା): ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ବ୍ୟବସ୍ଥାରେ କନ୍ଦରପୁର ଥାନା ଅଧିକାରୀଣିଙ୍କ ବଦଳି ହୋଇଯାଇଛନ୍ତି। ଏବେ ଚୌଦାର ଥାନାର ଅତିରିକ୍ତ ଆଇଆଇସି ନିରଞ୍ଜନ ଭୋଇ ନୂଆ ଆଇଆଇସି ଭାବେ କନ୍ଦରପୁର ଥାନାରେ ଦାୟିତ୍ୱ ଗ୍ରହଣ କରିଛନ୍ତି।
୧୪ ତାରିଖ ରାତିରେ ଅର୍ଥାତ୍‌ ସପ୍ତାହକ ପରେ ତାଙ୍କର ହେଡ କ୍ୱାର୍ଟରକୁ ବଦଳି ହେଲା। ସେହିପରି ୭ ତାରିଖରେ ଆର୍ତ୍ତତ୍ରାଣ ସେଠୀଙ୍କୁ ମହିଳା ଆଇଆଇସି ଜଣକ ଭାରମୁକ୍ତ କରିଥିଲେ। ନୂଆ ଥାନା ଅଧିକାରୀଙ୍କ ପାଇଁ ୨୦୨୪ ମସିହା ମେ ୨୪ ତାରିଖ ରାତିରେ ସରୋଜ ଭୋଇ ହତ୍ୟାକାଣ୍ଡର ତଦନ୍ତ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି।
ସୂଚନାଯୋଗ୍ୟ,ଏବେ ସୁଦ୍ଧା ମାମଲା ୧୦୭/୨୦୨୪ରେ କୌଣସି ଅଭିଯୁକ୍ତ ଧରାପଡ଼ି ନାହାନ୍ତି। ସେହିବର୍ଷ ମେ ମାସ ୨୪ ତାରିଖ ଶୁକ୍ରବାର ରାତିରେ ଗାଡ଼ି ଡ୍ରାଇଭର ସରୋଜର ଗଳାକଟା ଶବ ଦେଓପୁର ଗ୍ରାମର ଟିକିଯୋରୀ କୂଳରୁ ମିଳିଥିଲା। ଅର୍ଥାତ୍‌ ୨୫ ତାରିଖ ସାଧାରଣ ନିର୍ବାଚନ ଦିନ ଭୋଟଦାନ ଚାଲିଥିବା ବେଳେ ପୋଲିସ ଶବକୁ ଜବତ କରିଥିଲା। ପ୍ରଥମେ ଥାନା ଅଧିକାରୀ ରାଧାକାନ୍ତ ସାହୁ ତଦନ୍ତ କରୁଥିବା ବେଳେ ହଠାତ ତାଙ୍କର ଭୁବନେଶ୍ୱର ବଦଳି ହୋଇଯାଇଥିଲେ। ତାପରେ ଥାନାଧିକାରୀ ଆର୍ତ୍ତତ୍ରାଣ ସେଠୀ ଓ ସଦ୍ୟ ଅନୁସୁୟା ସେଠୀଙ୍କ ହାତକୁ ତଦନ୍ତ ଦାୟିତ୍ୱ ଯାଇଥିଲା। ବର୍ତ୍ତମାନ ନୂଆ ଥାନାଧିକାରୀ ଭୋଇ ତଦନ୍ତ ଭାର ତୁଲାଇଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।