କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…
ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଏହି ବନ୍ଦ ଡାକରା ସମ୍ପର୍କରେ ସୂଚନା ଦେଇଛନ୍ତି।
ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା, ବହି ତ୍ରୁଟି ଏବଂ MMDR (ଖଣି ଓ ଖଣିଜ ପଦାର୍ଥ ଉନ୍ନୟନ ଓ ନିୟନ୍ତ୍ରଣ) ଆଇନ ସମ୍ବନ୍ଧୀୟ ପ୍ରମୁଖ ପ୍ରସଙ୍ଗଗୁଡ଼ିକୁ ନେଇ ଏହି ବନ୍ଦ ପାଳନ କରାଯାଉଛି।
ଏହି ବନ୍ଦ ପାଳନ ସମୟରେ ରାଜ୍ୟର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ଦୋକାନ ବଜାର ବନ୍ଦ ରଖିବା ପାଇଁ ଅପିଲ କରାଯାଇଛି। ଏହା ସହିତ ଗାଡ଼ିମୋଟର ଚଳାଚଳ ବନ୍ଦ ରଖିବା ପାଇଁ ଘରୋଇ ବସ୍, ଟ୍ରକ୍ ଏବଂ ଟ୍ୟାକ୍ସି ଆସୋସିଏସନ୍କୁ ସହଯୋଗ ମଗାଯାଇଛି।
ତେବେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ସେବାଗୁଡ଼ିକୁ ଏହି ବନ୍ଦରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି। ସେହିପରି ଯେଉଁ ସ୍କୁଲଗୁଡ଼ିକରେ ପରୀକ୍ଷା ଚାଲୁରହିଛି, ସେଗୁଡ଼ିକୁ ମଧ୍ୟ ବନ୍ଦରୁ ମୁକ୍ତ ରଖାଯାଇଥିବା ନେଇ ସାଲୁଜା ସ୍ପଷ୍ଟ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।