କେସିଙ୍ଗା ବାଲସି ଗ୍ରାମରେ ମହାସମାରୋହରେ ପାଳିତ ହେଲା ଦଶହରା: ବାଜା-ମୁହୁରୀ ଶବ୍ଦରେ ଦୁଲୁକିଲା ଗାଁ
କେସିଙ୍ଗା,୧୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ଗ୍ରାମରେ ଦଶହରା ପୂଜା ବୁଧବାର ମହାସମରୋହରେ ପାଳିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଦେବତା ଭାବେ ଆଶିଷ ସାହୁଙ୍କୁ ଦେବାଦେବୀ ଆବିର୍ଭାବ ହୋଇ ଥାଏ । ଚଣ୍ଡୀ, ସମଲେଶ୍ବରୀ, ଦୂର୍ଗା, ଦକ୍ଷିଣ କାଳୀ ଓ ମଙ୍ଗଳା ରୂପରେ ଦେବୀ ଆବିର୍ଭାବ ହୋଇଥିଲେ । ଛତର, ସହ ବାଜା, ମୁହୁରୀ ଶବ୍ଦରରେ ବାଲସି ଗ୍ରାମ ଦୁଲୁକି ଯାଉଥିଲା। ଗ୍ରାମର ଆରମ୍ଭରୁ ଶେଷ ଯାଏ ପରିକ୍ରମା କରିଥିଲେ। ପ୍ରଥମେ ଟାଙ୍ଗିଆ ପୂଜା କରାଯାଇ ଦେବାଦେବୀଙ୍କୁ ନିକଟରେ ଛେଳି, କୁକୁଡ଼ା ବଳି ଦିଆ ଯାଇଥିଲା।
ଅନେକ ଭକ୍ତଙ୍କ ମାନସିକ ପୂରଣ ହୋଇଥିବାରୁ ମା’ଙ୍କ ନିକଟରେ ଛେଳି, କୁକୁଡ଼ା ବଳି ଦିଆଯାଇଥିଲା । ଗ୍ରାମର ପ୍ରତ୍ୟେକ ଘର ସମ୍ମୁଖରେ ଦୀପ, ଧୂପ, ଜାଳି ଦେବଦେବୀଙ୍କ ନିକଟରେ ନିଜର ଦୁଃଖ ଜଣାଇଥିଲେ । ମୁଖ୍ୟ ପୂଜକ ଭାବେ ମଧୁ ସାହୁ, ସୁରୁସିଂ ସାହୁ,ଗୋବିନ୍ଦ ସାହୁ, ପ୍ରମୁଖ ଏହି ଦଶହରାକୁ ପରିଚାଳନା କରିଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।