କୋର୍ଟରେ ହାଜର ହେଉନଥିଲେ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପାଟପୁର ପୋଲିସ

Nov 04, 2026 - 22:03
କୋର୍ଟରେ ହାଜର ହେଉନଥିଲେ, ୨ ଅଭିଯୁକ୍ତଙ୍କୁ ଗିରଫ କଲା ପାଟପୁର ପୋଲିସ

ଦିଗପହଣ୍ଡି,୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମର କୁନା ବେହେରା ଏବଂ ଯୁଧିଷ୍ଠିର ବେହେରାଙ୍କୁ ବୁଧବାର ପାଟପୁର ପୋଲିସ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟକୁ ଚାଲାଣ କରିଛନ୍ତି । ଅଭିଯୁକ୍ତ ଦ୍ବୟ ମାଜିଷ୍ଟ୍ରେଟଙ୍କ ଆଦେଶ ପ୍ରକାରେ ସେ କୋର୍ଟରେ ହାଜର ହେଉନଥିବା କାରଣରୁ ଜି.ଆର ମାମଲା ନଂ.୩୬/୨୧ ଅନୁଯାୟୀ ଉଭୟଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।

କୋର୍ଟଙ୍କ ଆଦେଶ ପ୍ରକାରେ ଅଭିଯୁକ୍ତ ଦ୍ବୟଙ୍କୁ ୱାରେଣ୍ଟ ବଳରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।