ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ
ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚିଥିଲେ। ଗ୍ରାମକୁ ରାସ୍ତା ନଥିବାରୁ କାଦୁଅ ପଚ ପଚ ରାସ୍ତାରେ ଗ୍ରାମବାସୀ ଓ ପରିବାର ବର୍ଗ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ରାସ୍ତା ନଥିବାରୁ ଏହି ଅସୁବିଧା ସମ୍ପର୍କରେ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ପରେ ବିଭିନ୍ନ ପତ୍ର ପତ୍ରିକାରେ ମଧ୍ୟ ଏହି ଖବର ସ୍ଥାନ ପାଇଥିଲା।
ଖବର ପାଇବା ପରେ ଡିଏସଡବ୍ଲୁ ଓ ଗୁଡାରି ସିଡିପିଓଙ୍କୁ ମେଡିକାଲ ଯାଇ ନବଜାତ ଶିଶୁ ଓ ମା’ଙ୍କୁ ଭେଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ରବିବାର ଅପରାହ୍ନରେ ସିଡିପିଓ ଅନିତା ପାଣିଗ୍ରାହୀ, ସୁପର ଭାଇଜର ଅରନ୍ଧୁତୀ ଗରଡ଼ିଆ ଏବଂ ସମ୍ପୃକ୍ତ ଅଙ୍ଗନବାଡି କର୍ମୀ ସ୍ଥାନୀୟ ମେଡିକାଲ ଯାଇ ନବଜାତ ଶିଶୁ ଓ ମା’ ଙ୍କୁ ଭେଟିଥିଲେ ଏବଂ ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ମା’ ସୁସ୍ଥ ଥିବା ବେଳେ ନବଜାତ ଶିଶୁର ଓଜନ ୩ କିଲୋଗ୍ରାମ ଅଛି ଏବଂ ସୁସ୍ଥ ଥିବା ସିଡିପିଓ ସୂଚନା ଦେଇଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।