ଖୋର୍ଦ୍ଧାରେ ୪୦.୬୪ ମିଲିମିଟର ବର୍ଷା ରେକର୍ଡ

Oct 28, 2026 - 11:15
ଖୋର୍ଦ୍ଧାରେ ୪୦.୬୪ ମିଲିମିଟର ବର୍ଷା ରେକର୍ଡ

ଖୋର୍ଦ୍ଧା,୨୮ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଅକ୍ଟୋବର ୨୭ରୁ ୨୮ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ବର୍ଷା ରେକର୍ଡ କରାଯାଇଛି। ଜିଲାର ୧୪ଟି ବର୍ଷା ମାପ କେନ୍ଦ୍ରରେ ହାରାହାରି ୪୦.୬୪ ମିଲିମିଟର ବର୍ଷା ହୋଇଥିବା ତଥ୍ୟରୁ ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ଟାଙ୍ଗୀରେ ସର୍ବାଧିକ ୫୮ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଚିଲିକାରେ ୫୩ ମିମି ଏବଂ ବିଏମ୍‌ସିର ଉତ୍ତର ଜୋନ୍‌ରେ ୫୧ ମିମି ବର୍ଷା ହୋଇଛି। ସେହିପରି ବାଣପୁରରେ ୪୯ ମିମି, ବାଲିଅନ୍ତା ଓ ବୋଲଗଡ଼ରେ ୪୨ ମିମି ଏବଂ ବାଲିପାଟଣାରେ ୪୦ ମିମି ବର୍ଷା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ, ଖୋର୍ଦ୍ଧାରେ ୩୬ ମିମି, ବେଗୁନିଆ ଓ ବିଏମ୍‌ସିର ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୩୫ ମିମି, ବିଏମ୍‌ସି ମୁଖ୍ୟାଳୟରେ ୩୪ ମିମି, ଭୁବନେଶ୍ୱର ଓ ବିଏମ୍‌ସିର ଦକ୍ଷିଣ-ପୂର୍ବ ଜୋନ୍‌ରେ ୩୨ ମିମି ଏବଂ ଜଟଣୀରେ ସର୍ବନିମ୍ନ ୩୦ ମିମି ବର୍ଷା ରେକର୍ଡ ହୋଇଛି।

ପ୍ରଦତ୍ତ ତଥ୍ୟ ଅନୁସାରେ, ୧୪ଟି କେନ୍ଦ୍ରର ମୋଟ୍‌ ବର୍ଷା ପରିମାଣ ୫୬୯ ମିମି ରହିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।