ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି। ଶୁକ୍ରବାର ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀମାନେ ପାଞ୍ଚଟି ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି।
ସଭାପତି ପଦବୀ ପାଇଁ ଗଞ୍ଜାମ ଓଡ଼ିଆ ଢମଣା ସାହିର ତୃତୀୟ ବର୍ଷର ଛାତ୍ରୀ ରୋଶନୀ ରାଣୀ ସାହୁ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ଉପସଭାପତି ପଦବୀ ପାଇଁ ଶୁଭମ କୁମାର ଜେନା, ସାଧାରଣ ସମ୍ପାଦକ ପଦବୀ ପାଇଁ ପ୍ରବୀଣ କୁମାର ନାହାକ, ନାଟ୍ୟ ସମ୍ପାଦକ ପଦବୀ ପାଇଁ ପୂଜା ସାହୁ ଏବଂ କ୍ରୀଡ଼ା ସମ୍ପାଦକ ପଦବୀ ପାଇଁ ପ୍ରିୟରଞ୍ଜନ ମୁଦୁଲି ନାମାଙ୍କନପତ୍ର ଦାଖଲ କରିଛନ୍ତି।
ଏହି ନିର୍ବାଚନ ପରିଚାଳନା ଓ ପ୍ରାର୍ଥୀମାନଙ୍କୁ ସହଯୋଗ କରିବା ଦାୟିତ୍ୱରେ ବିଜୁ ଜନତା ଦଳର ଯୁବନେତା ଅକ୍ଷୟ ପ୍ରଧାନ, ମନୋଜ ପ୍ରଧାନ, ଶ୍ରୀରାମ ଦାସ, ଉମାଶଙ୍କର ମହାନ୍ତି, ବିଭୂତି ପଲାଇ, ପ୍ରଭାତ ସାହୁ, ସାହିଲ ସୁବୁଦ୍ଧି, ସଜନା ବାରିକ ଓ ବିକି ପଲାଇ ପ୍ରମୁଖ ଦାୟିତ୍ୱ ନେଇଥିବା ଜଣାପଡ଼ିଛି।
ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ପରିସରରେ ରାଜନୈତିକ ତତ୍ପରତା ବୃଦ୍ଧି ପାଇଥିବା ବେଳେ ଆସନ୍ତା ୧୫ ତାରିଖରେ ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।