ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା
ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍ମାନେ ମତ ଦେଇଛନ୍ତି। ଏହି ସମୟରେ ବୁଦ୍ଧି ଓ ସାହସ ବଢ଼ିବା ସହ ବ୍ୟବସାୟରେ ଲାଭ ଏବଂ କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ମିଳିପାରେ। ବିଶେଷ କରି ମେଷ, ମିଥୁନ, ମକର ଓ ମୀନ ରାଶିର ଲୋକଙ୍କ ପାଇଁ ଏହି ଗଣେଶୋତ୍ସବ ଶୁଭ ଫଳ ଆଣିପାରେ।
ମେଷ ରାଶିର ଜାତକଙ୍କ ବୁଦ୍ଧି ଓ ସାହସ ବୃଦ୍ଧି ପାଇବ ବୋଲି ଜ୍ୟୋତିଷ ମତରେ କୁହାଯାଏ। ଗଣେଶଜୀଙ୍କ ଆଶୀର୍ବାଦରେ ଅଟକି ରହିଥିବା କାମ ସଫଳ ହୋଇପାରେ। ଚାକିରିଆଙ୍କ ପାଇଁ ପଦୋନ୍ନତି ଓ ଆୟ ବୃଦ୍ଧିର ସୁଯୋଗ ଆସିପାରେ। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ହେବାର ସମ୍ଭାବନା ରହିଛି।
ମିଥୁନ ରାଶି ପାଇଁ ସମୟ ଅନୁକୂଳ ରହିବ। ଗଣପତିଙ୍କ କୃପାରେ ବ୍ୟବସାୟରେ ଲାଭ ମିଳିପାରେ। ଆପଣଙ୍କ କଥାବାର୍ତ୍ତାର ପ୍ରଭାବ ବଢ଼ିବ ଏବଂ ଠିକ ନିଷ୍ପତ୍ତି ନେବାରେ ସକ୍ଷମ ହେବେ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ ମାଧ୍ୟମରେ ଭଲ ଲାଭ ପାଇପାରନ୍ତି।
ମକର ରାଶିର ଲୋକଙ୍କ ପାଇଁ ଗଣପତିଙ୍କ ଆଶୀର୍ବାଦ ଲାଭଦାୟକ ହୋଇପାରେ। ଜୀବନରୁ ନକାରାତ୍ମକତା ଦୂର ହେବା ସହ ଅଟକିଥିବା କାମ ପୂରା ହୋଇପାରେ। ଧନ ସମ୍ବନ୍ଧୀୟ ମାମଲାରେ ସମୟ ଭଲ ରହିବ। ଆର୍ଥିକ ଭାବେ ଲାଭ ମିଳିବାର ଯୋଗ ରହିଛି।
ମୀନ ରାଶିର ଜାତକଙ୍କୁ ମଧ୍ୟ ବପ୍ପାଙ୍କ ଆଶୀର୍ବାଦ ମିଳିବ ବୋଲି ଜ୍ୟୋତିଷବିଦ୍ମାନେ କହିଛନ୍ତି। ସମାଜରେ ମାନ-ସମ୍ମାନ ବଢ଼ିପାରେ। ଜୀବନରେ ଆସୁଥିବା ସଙ୍କଟକୁ ସାମ୍ନା କରିବାର ଶକ୍ତି ମିଳିବ। ମୀନ ରାଶିର ଛାତ୍ରୀଛାତ୍ରମାନେ ମଧ୍ୟ ପାଠପଢ଼ାରେ ସଫଳତା ପାଇପାରନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।