ଗାଜଲବାଡି ଘାଟିରେ ଗାଡି ଯାତାୟାତ ବନ୍ଦ: ଫସିଲେ ପର୍ଯ୍ୟଟକ
ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ବଡ଼ ପଦକ୍ଷେପ। ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିକୁ ସୋରଡ଼ା ବ୍ଲକ ପ୍ରଶାସନ ଓ ପୋଲିସ ପକ୍ଷରୁ ଗାଡି ଯାତାୟାତରେ କଟକଣା କରାଯାଇଛି। ତେବେ ଦାରିଙ୍ଗବାଡି ପଟରୁ ସମସ୍ତ ପ୍ରକାର ଗାଡି ଗଞ୍ଜାମ ଅଭିମୁଖେ ଉକ୍ତ ଘାଟିରେ ଆସୁଥିବା ବେଳେ ଗଞ୍ଜାମ ପଟରୁ ଦାରିଙ୍ଗବାଡି ଅଭିମୁଖେ ଗାଡିକୁ ଛଡାଯାଉନାହିଁ। ଫଳରେ ଉକ୍ତ ଘାଟିରେ ଯାତାୟାତ କରୁଥିବା ସମସ୍ତ ଯାତ୍ରୀ ବିଶେଷ କରି ଦାରିଙ୍ଗବାଡିକୁ ଆସୁଥିବା ପର୍ଯ୍ୟଟକମାନେ ବହୁ ହଇରାଣ ଭୋଗୁଛନ୍ତି। ଅନେକ ପର୍ଯ୍ୟଟକ ଗାଜଲବାଡିରେ ଭୋକ ଉପାସରେ ଅଟକି ରହିଥିବା ଜଣାପଡିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।