ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ
ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା ଉଦ୍ୟମ କରଥିଲେ । ଏନେଇ ମହିଳାଜଣକ ଥାନାରେ ଅଭିଯୋଗ କରିବା ପରେ ଘଷିପୁରା ପୋଲିସ ବାପା-ପୁଅଙ୍କୁ ଗିରଫ କରିଛି ।
କେଶଦୂରାପାଳ ଗ୍ରାମର ବାପା ଅଲୋକ ମନ୍ତ୍ରୀ (୪୩) ଏବଂ ପୁଅ ବିଷ୍ଣୁ ମନ୍ତ୍ରୀ(୨୨) ସୋମବାର ସକାଳୁ ଗିରଫ ହୋଇଛନ୍ତି । ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା, ଘଷିପୁରା ପୋଲିସ ଏବଂ ପୋଲିସ ଫୋର୍ସ ସକାଳୁ ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଚଢ଼ାଉ କରିଥିଲେ । ଫଳରେ ଅଭିଯୁକ୍ତମାନେ ଖସି ପାରିନଥିଲେ । ସୂଚନା ଯୋଗ୍ୟ,ଏହି ଘଟଣାରେ ପୂର୍ବରୁ ସଞ୍ଜୁ ମନ୍ତ୍ରୀ ଏବଂ ପ୍ରଭାତ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ସାରିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।