ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ପରଲୋକ

Nov 01, 2026 - 07:46
ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ପରଲୋକ

ନୂଆଦିଲ୍ଲୀ, ୧।୧୧: ‘କାଣ୍ଟେ’, ‘ସୁଟ୍‌ଆଉଟ ଆଟ୍‌ ଲୋଖଣ୍ଡୱାଲା’ ଏବଂ ‘କାବିଲ’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗୁପ୍ତାଙ୍କର ୫୯ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଶୁକ୍ରବାର ରାତିରେ ଗାଧୁଆଘରେ ପଡ଼ିଯାଇଥିଲେ ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଶନିବାର ସକାଳ ପର୍ଯ୍ୟନ୍ତ ସେ ସେହି ଅବସ୍ଥାରେ ପଡ଼ିରହିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସେହି ସମୟରେ ତାଙ୍କ ସ୍ତ୍ରୀ ଏବଂ ୨ ପୁଅ ମଧ୍ୟ ଘରେ ଥିଲେ। କିନ୍ତୁ ପ୍ରଥମେ କଣ ହେଲା ବୋଲି କେହି ବୁଝିପାରିନଥିଲେ। ଏହା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ବିଶେଷ କରି ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ମିଶି କାମ କରିବା ପାଇଁ ଜଣାଶୁଣା ଥିଲେ। ଯାହାଙ୍କ ସହ ସେ ‘କାଣ୍ଟେ’ (୨୦୦୨), ‘ମୁଶାଫିର’ (୨୦୦୪), ‘ଜିନ୍ଦା’ (୨୦୦୬) ଏବଂ ‘ସୁଟ୍‌ଆଉଟ ଆଟ୍‌ ଲୋଖଣ୍ଡୱାଲା’ (୨୦୦୭) ଭଳି ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।