ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ
କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି । ଫାଇଲିନ, ହୁଡହୁଡ ବାତ୍ୟାର କ୍ଷତି ଆହୁରି ଭରଣା ନ ହେଉଣୁ ପୁଣି ଦୁଆରେ ଆସି ଠକ ଠକ କଲାଣି ବର୍ଷା। ଏଥିପାଇଁ ପ୍ରଶାସନ ମଧ୍ୟ ତତ୍ପରତା ହୋଇପଡିଛି।
ଚିଲିକା ଘେରି ମଧ୍ୟରେ ଥିବା କୃଷ୍ଣପ୍ରସାଦବାସୀ ଆତଙ୍କିତ ହୋଇ ପଡିଛନ୍ତି। ସୁରକ୍ଷା ଦୃଷ୍ଟିରୁ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ବାରଣ କରିଥିବା ବେଳେ ମତ୍ସ୍ୟଜୀବୀ, ସାମୁଦ୍ରିକ ମତ୍ସ୍ୟଜୀବୀ ନିଜ ନିଜ ଜାଲ ଡ଼ଙ୍ଗାକୁ ଉପରକୁ ଆଣି ସୁରକ୍ଷିତ ଭାବେ ରଖିଛନ୍ତି। ଚିଲିକାକୁ ଗଲେ ମତ୍ସ୍ୟଜୀବୀଙ୍କ ଚୁଲି ଜଳେ ୨୫ ତାରିଖ ଯାଏ ଚିଲିକା, ସମୁଦ୍ର ଯିବା ବାରଣ ପରେ ତାଙ୍କ ପରିବାର କଣ ଖାଇବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପଟେ ୨୫ ତାରିଖ ଯାଏ ଚିଲିକାରେ ଯାତ୍ରୀଙ୍କ ଯାତ୍ରା ଠପ ହୋଇଛି।
ଚିଲିକାରେ ଡ଼ଙ୍ଗା, ଭସାପୋଲ, ଲଞ୍ଚ ଭଲଚଳକୁ ପ୍ରଶାସନ ବନ୍ଦ କରିଥିବା କୃଷ୍ଣପ୍ରସାଦ ଵିଡିଓ ଅମୀୟ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ଜଳଯାତ୍ରା ବନ୍ଦ ଯୋଗୁଁ ଯାତ୍ରୀ ଅଧା ବାଟରେ ହନ୍ତସନ୍ତ ହେଉଥିବା ଜଣାପଡ଼ିଛି। ଆସୁଥିବା ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କୃଷ୍ଣପ୍ରସାଦ ଵିଡିଓ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ନାୟକ, ମାଲୁଦ ଅଗ୍ନିଶମ ବାହିନୀ ଅଧିକାରୀ କହିଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।