ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…
ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବା ବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଆନନ୍ଦପୁର ଉପଖଣ୍ଡ ଦେଓଗାଁ ରେଞ୍ଜ ଧୋବାଲାହୁଡି ଗାଁର ସମ୍ବରୀ କୁଲାଡ଼ୀ ନାମକ ମହିଳା ଅନ୍ୟ ମହିଳାଙ୍କ ସହିତ ମିଶି ଗାଁ ନିକଟସ୍ଥ ଜଙ୍ଗଲକୁ ରବିବାର ସକାଳୁ ଛତୁ ତୋଳି ଯାଇଥିଲେ। ଫେରିବା ବାଟରେ ସେମାନେ ଭାଲୁ ହାବୁଡ଼ରେ ପଡ଼ିଥିଲେ। ଅନ୍ୟ ମହିଳା ଦୌଡ଼ି ପଳାଇ ଆସିଥିବା ବେଳେ ସମ୍ବରୀଙ୍କୁ ଭାଲୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଭାଲୁ ଆକ୍ରମଣରେ ସମ୍ବରୀଙ୍କ ଦେହ ସାରା କ୍ଷତାକ୍ତ ହୋଇଥିବାବେଳେ ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆନନ୍ଦପୁର ମେଡିକାଲରେ ତାଙ୍କର ଆଶୁ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିବା ପୁଅ ବୁଦ୍ଧିରାମ କୁଲାଡ଼ି କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।