ଛାତ୍ର ସଂସଦ ନିର୍ବାଚନ: ଦଶପଲ୍ଲା, ଝାରସୁଗୁଡ଼ାରେ ବାଜିମାରିଲା BCJD
ଦଶପଲ୍ଲା,୧୫।୧୦: ନୟାଗଡ଼ ଜିଲା ଦଶପଲ୍ଲା ବୃନ୍ଦାବନ ସୁବୁଦ୍ଧି ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଫଳଫଳ ଘୋଷଣା ହୋଇଛି। ଏଥିରେ ବିଜୁ ଛାତ୍ର ଜନତା ଦଳ(BCJD) ବାଜିମାତ୍ କରିଛି। ସଭାପତି, ଉପସଭାପତି ଏବଂ ସାଧାରଣ ସମ୍ପାଦକ ପଦବୀରେ BCJD ପ୍ରାର୍ଥ ବିଜୟୀ ହୋଇଛନ୍ତି।
ସେହିପରି ଝାରସୁଗୁଡା ପିକେଏସଏସ କଲେଜରେ ବିଜୁ ଛାତ୍ର ଜନତା ଦଳ(BCJD) ବିଜୟୀ ହୋଇଛି। ସଭାପତି, ସାଧାରଣ ସମ୍ପାଦକ ପଦବୀରେ BCJD ପ୍ରାର୍ଥୀ ବାଜିମାତ୍ କରିଛନ୍ତି।
୧୫ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ଏହାପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯାଇଛି। ୧୬ ତାରିଖ ପୂର୍ବାହ୍ନ ୧୧ଟାରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଅନ୍ୟପକ୍ଷେ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।