ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

Oct 13, 2026 - 12:28
ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି ଦେଇଥିବା ବଳେ ହତ୍ୟାକାରୀ କୋଇଡା ଥାନାରେ ଆତ୍ମସମର୍ପଣ କରିଛନ୍ତି । ଥାନାରେ ପୋଲିସ ପଚରାଉଚରା କରୁଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ସର୍ଗିଗଡ଼ ଗ୍ରାମ ନିକଟରେ ଏକ ଠିକାଦାରର ଟ୍ରଜ ଗୁଡିକୁ ଜଗୁଥିବା ସୁରକ୍ଷାକର୍ମୀ ପାନପୋଷିଆ ଗ୍ରାମର ସନାତନ ମୁଣ୍ଡା ସହିତ ସର୍ଗିଗଡ଼ ମୁଣ୍ଡା ସାହିର ଜୟରାମ ମୁଣ୍ଡା ସହିତ ଏକ ବ୍ୟାଟିରି ପାଇଁ ବିଚସା ହୋଇଥିଲା । ଏଥିରେ ଜୟରାମ ରାଗି ଯାଇ ଏକ ଛୁରୀ ସାହାଯ୍ୟରେ ସନାତନକୁ ହତ୍ୟା କରି ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ।

ଆଜି ମଙ୍ଗଳବାର ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବ୍ୟକ୍ତି ପଡିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳେ ପହଞ୍ଚି ଶବକୁ ଜବଦ କରି ବ୍ୟବଚ୍ଛେଦ ନିମନ୍ତେ କୋଇଡା ପଠାଇ ତଦନ୍ତ ଆରମ୍ଭ କରିଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।