ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

Sep 28, 2026 - 22:47
ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା ପରେ ସୋମବାର ପ୍ରଥମ ଥର ପାଇଁ ଜଳଭଣ୍ଡାରର ୨ଟି ଗେଟ ଖୋଲାଯାଇଛି। ଏହି ଦୁଇ ଗେଟ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ୬ ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସନ କରାଯାଉଛି।

ଜଲାପୁଟ ଜଳଭଣ୍ଡାରର ଜଳଧାରଣ କ୍ଷମତା ୨୭୫୦ ଥିବା ବେଳେ ଜଳସ୍ତର ୨୭୪୭.୦୫କୁ ଛୁଇଁଛି। ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ଥିବାରୁ ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ କରାଯାଉଛି।

ଦୁଇ ଗେଟ୍‌ ଦେଇ ପ୍ରତି ସେକେଣ୍ଡରେ ପ୍ରାୟ ୬ ହଜାର କ୍ୟୁସେକ ବନ୍ୟଜଳ ନିଷ୍କାସନ କରାଯାଉଛି। ଜଲାପୁଟ ଜଳଭଣ୍ଡାରର ଜଳଧାରଣ କ୍ଷମତା ୨୭୫୦ ଥିବାବେଳେ ଜଳସ୍ତର ୨୭୪୭.୦୫କୁ ଛୁଇଁଛି। ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ଥିବାରୁ ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ କରାଯାଉଛି।

ଜଳଭଣ୍ଡାରରୁ ପାଣି ଛଡ଼ାଯିବା ପରେ ତଳିଆ ଅଞ୍ଚଳର ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମଗୁଡ଼ିକରେ ସତର୍କତା ଜାରି କରାଯାଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସଚେତନ ଓ ସତର୍କ ରହିବାକୁ ଜିଲା ପ୍ରଶାସନ ଏବଂ ପ୍ରକଳ୍ପ ଅଧିକାରୀ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷେ ଜଲାପୁଟ ଡ୍ୟାମ୍‌ରୁ ପାଣି ଛଡ଼ାଯିବା ପରେ ତଳଭାଗରେ ଥିବା ମାଛକୁଣ୍ଡ ବିଦ୍ୟୁତ୍‌ ପ୍ରକଳ୍ପର ଡି-ଡ୍ୟାମ୍‌ରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି। ଏଥିପାଇଁ ଡି-ଡ୍ୟାମ୍‌ର ୬ ଓ ୭ ନମ୍ବର ଗେଟ୍‌କୁ ୮ ଫୁଟ ଖୋଲାଯାଇଛି। ଏହି ଗେଟ ଦେଇ ପ୍ରାୟ ୮ ହଜାର କୁୁସେକ ଜଳ ନିଷ୍କାସନ କରାଯାଇ ବାଲିମେଳା ଜଳଭଣ୍ଡାର ଅଭିମୁଖେ ଛଡ଼ାଯାଉଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।