ଜାଭେଲିନରେ ଭାରତକୁ ସ୍ବର୍ଣ୍ଣ , ମାତ୍ର ୯ ସେଣ୍ଟିମିଟର ବ୍ୟବଧାନରେ ରିଙ୍କୁ ରଚିଲେ ଇତିହାସ!

Oct 19, 2026 - 19:16
ଜାଭେଲିନରେ ଭାରତକୁ ସ୍ବର୍ଣ୍ଣ , ମାତ୍ର ୯ ସେଣ୍ଟିମିଟର ବ୍ୟବଧାନରେ ରିଙ୍କୁ ରଚିଲେ ଇତିହାସ!

ନୂଆଦିଲ୍ଲୀ, ୧୯।୧୦: ଜାପାନର ନାଗୋୟାରେ ଚାଲିଥିବା ୨୦୨୬ ଏସୀୟ ପାରା କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ସୋମବାର, ଅକ୍ଟୋବର ୧୯ ତାରିଖରେ ପୁରୁଷ ଜାଭେଲିନ ଥ୍ରୋ F46 ଇଭେଣ୍ଟରେ ଭାରତର ରିଙ୍କୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ରୌପ୍ୟ ପଦକ ମଧ୍ୟ ଭାରତର ଖାତାକୁ ଆସିଛି। ଅଜିତ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି।

ସ୍ବର୍ଣ୍ଣ ପଦକ ବିଜେତା ରିଙ୍କୁ ୬୫.୧୧ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଏହି ସଫଳତା ହାସଲ କରିଛନ୍ତି। ଅନ୍ୟପଟେ, ଅଜିତ ସିଂହ ମାତ୍ର ୯ ସେଣ୍ଟିମିଟର ପଛରେ ରହି ରୌପ୍ୟ ପଦକ ଜିତିଛନ୍ତି। ସେ ୬୫.୦୨ ମିଟର ଦୂରକୁ ଜାଭେଲିନ ଫିଙ୍ଗିଥିଲେ। ଏହି ଇଭେଣ୍ଟରେ ଇଣ୍ଡୋନେସିଆର ଆର୍‌ ସତ୍ୟୋନୋ ୫୫.୩୦ ମିଟର ଦୂରକୁ ଜାଭେଲିନ ଫିଙ୍ଗି ବ୍ରୋଞ୍ଜ ପଦକ ଜିତିଛନ୍ତି।

ଚଳିତ ଏସୀୟ ପାରା କ୍ରୀଡ଼ାରେ ଏହା ଭାରତ ପାଇଁ ଚତୁର୍ଥ ସ୍ବର୍ଣ୍ଣ ପଦକ। ଏହି ଚାରିଟି ସ୍ବର୍ଣ୍ଣ ପଦକ ମଧ୍ୟରୁ ତିନୋଟି ଆଥଲେଟିକ୍ସରୁ ଆସିଛି। ଏହା ପୂର୍ବରୁ ନିଷାଦ କୁମାର T47 ଲଙ୍ଗ ଜମ୍ପ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।