ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…
ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା ସ୍ବାଗତ ସାହୁ ତାଙ୍କ ସେକେଣ୍ଡହ୍ୟାଣ୍ଡ ସ୍କୁଟି ବିକ୍ରି ନେଇ OLXରେ ବିଜ୍ଞାପନ ଦେଇଥିଲେ। ସେହି ବିଜ୍ଞାପନ ଦେଖି ଜଣେ ତାଙ୍କ ସହିତ ମୋବାଇଲ ଫୋନରେ ଯୋଗାଯୋଗ କରି ନିଜର ଆଗ୍ରହ ପ୍ରକାଶ କରିଥିଲେ ଏବଂ ସ୍ବାଗତଙ୍କ ପାଖରେ ପହଞ୍ଚିଥିଲେ। ୪୫ହଜାର ଟଙ୍କାରେ ସ୍କୁଟିର ମୂଲଚାଲ ହୋଇଥିଲା। ତେବେ କ୍ରେତା ଜଣକ ତାଙ୍କୁ ନଗଦ ଭାବେ ଯେଉଁ ୪୫ ହଜାର ଟଙ୍କା ଦେଇଥିଲେ, ଯାଞ୍ଚ ପରେ ତାହା ଜାଲ ନୋଟ ଥିବା ଜଣାପଡିଥିଲା। ଏ ନେଇ ଏତଲା ପାଇବା ପରେ ବରଗଡ଼ ଟାଉନ ଥାନା ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।