ଜିଓର ବଡ଼ ଧମାକା! ମାତ୍ର ୧୫ ଟଙ୍କାରେ ଆଣିଲା ଅନ୍ଲିମିଟେଡ୍ ୫G ଡାଟା ପ୍ୟାକ୍, ମିଳିବ ହାଇ-ସ୍ପିଡ୍…
ନୂଆଦିଲ୍ଲୀ,୪।୧୧: ରିଲାଏନ୍ସ ଜିଓ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଶସ୍ତା ଓ ଆକର୍ଷଣୀୟ ଅଫର ନେଇ ଆସିଛି। କମ୍ପାନୀ ମାତ୍ର ୧୫ ଟଙ୍କାରେ ଅନ୍ଲିମିଟେଡ୍ ୫G ଡାଟା ପ୍ୟାକ୍ ଲଞ୍ଚ କରିଛି। ଏହି ପ୍ୟାକ୍ର ବୈଧତା (ଭାଲିଡିଟି) ୨୪ ଘଣ୍ଟା ଅର୍ଥାତ୍ ଗୋଟିଏ ଦିନ ପାଇଁ ରହିବ। କମ୍ପାନୀ ଅନୁସାରେ, ଏଥିରେ ଗ୍ରାହକମାନେ ପୂରା ୨୪ ଘଣ୍ଟା ପର୍ଯ୍ୟନ୍ତ ଅନ୍ଲିମିଟେଡ୍ ହାଇ-ସ୍ପିଡ୍ ୫G ଇଣ୍ଟରନେଟ୍ର ସୁବିଧା ପାଇପାରିବେ। ଯେଉଁ ବ୍ୟବହାରକାରୀଙ୍କୁ କମ୍ ସମୟ ପାଇଁ ଅଧିକ ଡାଟାର ଆବଶ୍ୟକତା ପଡ଼ିଥାଏ, ସେମାନଙ୍କୁ ଆଖିଆଗରେ ରଖି ଏହି ସ୍ୱତନ୍ତ୍ର ପ୍ୟାକ୍ ଅଣାଯାଇଛି।
ଜିଓର ଏହି ନୂଆ ଡାଟା ପ୍ୟାକ୍ର ମୂଲ୍ୟ ୧୫ ଟଙ୍କା ରଖାଯାଇଥିବା ବେଳେ ଏହାର ମିଆଦ ୨୪ ଘଣ୍ଟା ରହିଛି। କମ୍ପାନୀ ଏହାକୁ ସାରା ଦେଶର ସମସ୍ତ ଟେଲିକମ୍ ସର୍କଲରେ ଉପଲବ୍ଧ କରାଇଛି। ଏହି ପ୍ୟାକ୍ ଜରିଆରେ ଗ୍ରାହକମାନେ ଡାଟା ସରିବାର ଭୟ ନରଖି ଅନ୍ଲାଇନ୍ ଭିଡିଓ ଷ୍ଟ୍ରିମିଂ, ଗେମିଂ, ବଡ଼ ଫାଇଲ୍ ଡାଉନ୍ଲୋଡ୍ ଏବଂ କ୍ଲାଉଡ୍ ବ୍ୟାକଅପ୍ ପରି କାମ ସହଜରେ କରିପାରିବେ। ଏହାବ୍ୟତୀତ, ୫G ସ୍ମାର୍ଟଫୋନ୍କୁ ହଟ୍ସ୍ପଟ୍ କରି ଲାପଟପ୍ କିମ୍ବା ଟ୍ୟାବଲେଟ୍ରେ ମଧ୍ୟ ଇଣ୍ଟରନେଟ୍ ବ୍ୟବହାର କରାଯାଇପାରିବ।
କମ୍ପାନୀର ସୂଚନା ଅନୁଯାୟୀ, ଏହି ପ୍ୟାକ୍ ସାହାଯ୍ୟରେ ଗ୍ରାହକମାନେ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଏବଂ 4K ଭିଡିଓ ଷ୍ଟ୍ରିମିଂର ମଜା ନେଇପାରିବେ। ଅନ୍ଲାଇନ୍ ଗେମ୍ ଖେଳୁଥିବା ଗ୍ରାହକଙ୍କ ପାଇଁ ଏହା ବେଶ୍ ଲାଭଦାୟକ ହେବ। ଏହାସହ ବଡ଼ ଫାଇଲ୍, ଗେମ୍ ଏବଂ ସଫ୍ଟୱେୟାର୍ ଅପଡେଟ୍ ଡାଉନ୍ଲୋଡ୍ କରିବା ପାଇଁ ଏହା ଉପଯୋଗୀ ପ୍ରମାଣିତ ହେବ। ‘ୱର୍କ ଫ୍ରମ୍ ହୋମ୍’ କରୁଥିବା ୟୁଜର୍ସମାନେ ମଧ୍ୟ ହଟ୍ସ୍ପଟ୍ ମାଧ୍ୟମରେ ସହଜରେ ନିଜ ଲାପଟପ୍ରେ କାମ କରିପାରିବେ।
କେଉଁଠାରୁ କରିପାରିବେ ରିଚାର୍ଜ?
ଜିଓର ଏହି ୧୫ ଟଙ୍କିଆ ଅନ୍ଲିମିଟେଡ୍ ୫G ଡାଟା ପ୍ୟାକ୍ ଏବେ ସାରା ଦେଶରେ ଉପଲବ୍ଧ। ଗ୍ରାହକମାନେ MyJio ଆପ୍, Jio.com, ରିଲାଏନ୍ସ ରିଟେଲ୍ ଷ୍ଟୋର୍ ଏବଂ ଅନ୍ୟାନ୍ୟ ରିଟେଲ୍ ଆଉଟ୍ଲେଟ୍ରୁ ଏହି ରିଚାର୍ଜ କରିପାରିବେ। ଏହାଛଡ଼ା ଥାର୍ଡ-ପାର୍ଟି ରିଚାର୍ଜ ପ୍ଲାଟଫର୍ମ (ଯେପରିକି PhonePe, Google Pay) ଏବଂ କମ୍ପାନୀର ଏଣ୍ଟରପ୍ରାଇଜ୍ ପୋର୍ଟାଲ୍ ମାଧ୍ୟମରେ ମଧ୍ୟ ଏହାକୁ ଆକ୍ଟିଭେଟ୍ କରାଯାଇପାରିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।