ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

Sep 27, 2026 - 16:53
ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ ପୁରୁଷ କ୍ରିକେଟ ଟିମର ପାଳି। ଭାରତର ଅଭିଯାନ ୨୮ ସେପ୍ଟେମ୍ବରରୁ ଆରମ୍ଭ ହେବ। ଟିମ ଇଣ୍ଡିଆ କ୍ୱାର୍ଟର ଫାଇନାଲରେ ଆଫଗାନିସ୍ତାନକୁ ଭେଟିବ।

ନିକଟରେ ଭାରତ ଆଫଗାନିସ୍ତାନକୁ ୩ଟି ଟି-୨୦ ମ୍ୟାଚରେ ପରାସ୍ତ କରିଥିଲା। ଏସିଆନ ଗେମ୍ସରେ ଭାରତୀୟ ଟିମକୁ ସିଧାସଳଖ କ୍ୱାର୍ଟର ଫାଇନାଲରେ ସ୍ଥାନ ମିଳିଛି। ଆଫଗାନିସ୍ତାନକୁ ହରାଇ ଭାରତ ସେମିଫାଇନାଲରେ ପ୍ରବେଶ କରିବାକୁ ଚାହିଁବ। ଆସନ୍ତୁ ଜାଣିବା କ୍ୱାର୍ଟର ଫାଇନାଲରେ ଭାରତର ସମ୍ଭାବ୍ୟ ପ୍ଲେଇଂ-୧୧ କିପରି ହୋଇପାରେ।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ ଜାପାନର ନିଶିନ୍‌ରେ ଥିବା କୋରୋଗି ସ୍ପୋଟର୍‌ସ ପାର୍କ ଷ୍ଟାଡିୟମରେ ଖେଳାଯିବ। ଆଫଗାନିସ୍ତାନ ଲିଗ ପର୍ଯ୍ୟାୟରେ ଖେଳିଥିବା ୨ଟି ମ୍ୟାଚରେ ଗୋଟିଏରେ ବିଜୟୀ ହୋଇଥିଲା। ଅନ୍ୟ ଏକ ମ୍ୟାଚରେ ଆଫଗାନିସ୍ତାନକୁ ନେପାଳ ପରାସ୍ତ କରିଥିଲା।

କ୍ୱାର୍ଟର ଫାଇନାଲରେ ଭାରତ ପକ୍ଷରୁ ଓପନର ଭାବେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀ ଖେଳିପାରନ୍ତି। ସଞ୍ଜୁ ସାମସନଙ୍କୁ ଏଥର ବିଶ୍ରାମ ଦିଆଯାଇପାରେ। ଆଫଗାନିସ୍ତାନ ଓ ଜାପାନ ବିପକ୍ଷରେ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନଥିଲା।

ତୃତୀୟ ସ୍ଥାନରେ ଈଶାନ କିଶନ ଖେଳିପାରନ୍ତି। ସଞ୍ଜୁ ସାମସନ ନଖେଳିଲେ କିଶନଙ୍କୁ ଉଇକେଟ୍‌କିପିଂ ଦାୟିତ୍ୱ ମଧ୍ୟ ସମ୍ଭାଳିବାକୁ ପଡ଼ିପାରେ। ଚତୁର୍ଥ ସ୍ଥାନରେ ଅଧିନାୟକ ଶ୍ରେୟସ ଆୟରଙ୍କ ସ୍ଥାନ ନିଶ୍ଚିତ ଥିବା କୁହାଯାଉଛି। ତାଙ୍କ ପରେ ତିଲକ ବର୍ମା ଓ ଶିବମ ଦୁବେ ଖେଳୁଥିବା ଦେଖିବାକୁ ମିଳିପାରେ।

ସ୍ପିନ ବୋଲିଂ ଅଲରାଉଣ୍ଡର ଭାବେ ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିପାରେ। ଆଫଗାନିସ୍ତାନ ବିପକ୍ଷରେ ଦ୍ରୁତ ବୋଲିଂର ଦାୟିତ୍ୱ ଯଶପ୍ରୀତ ବୁମ୍‌ରା ଓ ଅର୍ଶଦୀପ ସିଂହଙ୍କ ଉପରେ ରହିପାରେ। ସ୍ପିନର ଭାବେ ରବି ବିଷ୍ଣୋଇଙ୍କୁ ପ୍ଲେଇଂ-୧୧ରେ ସାମିଲ କରାଯାଇପାରେ। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ୨୮ ସେପ୍ଟେମ୍ବରରେ ଭାରତୀୟ ସମୟ ଅନୁସାରେ ସକାଳ ୧୦ଟାରୁ ଆରମ୍ଭ ହେବ। ମ୍ୟାଚର ପ୍ରାୟ ଅଧଘଣ୍ଟା ପୂର୍ବରୁ ଉଭୟ ଦଳର ଅଧିନାୟକ ଟସ ପାଇଁ ପଡ଼ିଆକୁ ଓହ୍ଲାଇବେ।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ହେବାର ଆଶା ରହିଛି। ଭାରତୀୟ ଟିମ ଶକ୍ତିଶାଳୀ ଥିବାରୁ ମ୍ୟାଚରେ ତାଙ୍କଠାରୁ ଭଲ ପ୍ରଦର୍ଶନର ଆଶା ରହିଛି। ଅନ୍ୟପକ୍ଷରେ ଲିଗ ପର୍ଯ୍ୟାୟରେ ଆଫଗାନିସ୍ତାନର ପ୍ରଦର୍ଶନ ବିଶେଷ ଭଲ ରହିନଥିଲା। ନେପାଳ ମଧ୍ୟ ଆଫଗାନିସ୍ତାନକୁ ପରାସ୍ତ କରି ବଡ଼ ଚମକ ଦେଇଥିଲା।

ଭାରତୀୟ ଟିମର ସମସ୍ତ ଖେଳାଳି ଭଲ ଫର୍ମରେ ଥିବା କୁହାଯାଉଛି। ଏହି ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ଯଦି ତାଙ୍କୁ ପ୍ଲେଇଂ-୧୧ରେ ସୁଯୋଗ ମିଳେ, ତେବେ ବ୍ୟାଟରେ ସେ ଦମଦାର ପ୍ରଦର୍ଶନ କରିପାରନ୍ତି।

ଭାରତର ସମ୍ଭାବ୍ୟ ପ୍ଲେଇଂ-୧୧:

ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ (ଉଇକେଟ୍‌କିପର), ଶ୍ରେୟସ ଆୟର (ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଯଶପ୍ରୀତ ବୁମ୍‌ରା ଓ ଅର୍ଶଦୀପ ସିଂହ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।