ଟି-୨୦ ବୋଲିଂ ରାଙ୍କିଙ୍ଗ୍ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍କା!
ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ ପଏଣ୍ଟ ସହ ଟି-୨୦ର ନମ୍ବର-୧ ବୋଲର ହୋଇଛନ୍ତି। ପୂର୍ବରୁ ଶୀର୍ଷରେ ଥିବା ଆଫଗାନିସ୍ତାନର ରାଶିଦ ଖାନ ୭୩୫ ରେଟିଂ ସହ ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି।
ଅବରାର ଅହମ୍ମଦ ଶେଷ ଥର ପାଇଁ ଫେବୃଆରୀରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଭାରତ ବିପକ୍ଷ ତୃତୀୟ ଟି-୨୦ରେ ରାଶିଦ ଖାନଙ୍କ ମହଙ୍ଗା ବୋଲିଂର ପ୍ରଭାବ ତାଙ୍କ ରାଙ୍କିଙ୍ଗ୍ରେ ପଡ଼ିଥିବା ଜଣାପଡ଼ିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ରଶିଦ ୪ ଓଭରରେ ୪୩ ରନ ବ୍ୟୟ କରିଥିଲେ। ଭାରତ ଏହି ମ୍ୟାଚକୁ ୧୨୭ ରନରେ ଜିତିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।