ଟେମ୍‌ସ ନଦୀ କୂଳରେ ପ୍ରଥମ ଗଙ୍ଗା ଆରତିରେ ଅନେକ ହଜାର ସାମିଲ

Sep 15, 2026 - 07:40
ଟେମ୍‌ସ ନଦୀ କୂଳରେ ପ୍ରଥମ ଗଙ୍ଗା ଆରତିରେ ଅନେକ ହଜାର ସାମିଲ

ଲଣ୍ଡନ,୧୫ା୯: ଲଣ୍ଡନର ଟେମ୍‌ସ ନଦୀ କୂଳରେ ରବିବାର ପ୍ରଥମ ଥର ପାଇଁ ଅନୁଷ୍ଠିତ ଗଙ୍ଗା ଆରତିରେ ଅନେକ ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଚିନ୍ମୟ ମିଶନ୍‌ର ୭୫ତମ ବାର୍ଷିକୀ ପାଳନ ଅବସରରେ ଏହି ଆଲୋକର ପର୍ବର ଆୟୋଜନ କରାଯାଇଥିଲା। ବ୍ରିଟେନ୍‌ର ଚିନ୍ମୟ ମିଶନ ଏବଂ ଟୋଟାଲି ଟେମ୍‌ସ ବାର୍ଷିକ ଉତ୍ସବ ପକ୍ଷରୁ ଗଙ୍ଗା ଆରତିର ଆୟୋଜନ କରାଯାଇଥିଲା। ଭାରତର ଗଙ୍ଗାନଦୀ କୂଳରେ ହେଉଥିବା ପ୍ରସିଦ୍ଧ ଆରତି ଭଳି ଏକ ପବିତ୍ର ଓ ଆଧ୍ୟାତ୍ମିକ ଭାବଧାରା ସୃଷ୍ଟି କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ପ୍ରକୃତିର ସୁନ୍ଦରତା, ଜ୍ଞାନ ଓ ମାନବ ଚେତନାର ପ୍ରବାହକୁ ଦେଖାଇବା। ଉତ୍ସବ ଏତେ ଲୋକପ୍ରିୟ ହେଲା ଯେ ସବୁ ଟିକେଟ ବିକ୍ରି ହୋଇଗଲା। ଏବେ ଏହାକୁ ପ୍ରତିବର୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଲଣ୍ଡନର କେନ୍ଦ୍ରସ୍ଥଳରେ ଏକ ମିଳିତ ଆଧ୍ୟାତ୍ମିକ ସ୍ଥଳରେ ଲୋକମାନଙ୍କୁ ଏକାଠି କରିବା ଏହାର ଉଦ୍ଦେଶ୍ୟ ଥିଲା ବୋଲି ଚିନ୍ମୟ ମିଶନର ବିଶ୍ୱ ମୁଖ୍ୟ ସ୍ବାମୀ ସ୍ବରୂପାନନ୍ଦ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।