ନବରାତ୍ରୀରେ ବିରଳ ସଂଯୋଗ: ସିଂହ, ତୁଳା ସମେତ ୫ ରାଶି ଉପରେ ଧନବର୍ଷା! ମିଳିବ ବଡ଼ ଚାକିରିର ଅଫର୍
ଶାରଦୀୟ ନବରାତ୍ରୀର ପ୍ରତିପଦା ତିଥିରେ ସୂର୍ଯ୍ୟୋଦୟ ସମୟରେ ହସ୍ତା ନକ୍ଷତ୍ର ଏବଂ ଶୁକ୍ଳ ଯୋଗ ରହିବ। ବୃହସ୍ପତି ଓ ଚନ୍ଦ୍ରଙ୍କ ମଧ୍ୟରେ ଗଜକେଶରୀ ଯୋଗ ପ୍ରଭାବଶାଳୀ ରହିବ। ଏହିପରି ଗ୍ରହମାନଙ୍କ ସଂଯୋଗରୁ ୫ଟି ରାଶି ପାଇଁ ସମୟ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହେବ।
ମେଷ ରାଶି
ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ଶାରଦୀୟ ନବରାତ୍ରୀର ପ୍ରଥମ ଦିନରେ ଆର୍ଥିକ ଲାଭ ମିଳିପାରେ। ଆପଣଙ୍କୁ ନିଜ ପରିଶ୍ରମର ଫଳ ପ୍ରାପ୍ତ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ସଫଳତା ମିଳିପାରେ। ମେଷ ରାଶିର ଲୋକଙ୍କ ଅଟକି ରହିଥିବା ଧନ ଫେରି ମିଳିପାରେ।
କର୍କଟ ରାଶି
ଶାରଦୀୟ ନବରାତ୍ରୀର ପ୍ରଥମ ଦିନରେ ଶୁଭ ସଂଯୋଗ ଯୋଗୁଁ କର୍କଟ ରାଶିର ବ୍ୟକ୍ତିବିଶେଷଙ୍କୁ ଆର୍ଥିକ ଲାଭ ହୋଇପାରେ। କାର୍ଯ୍ୟକ୍ଷେତ୍ରକୁ ନେଇ କୌଣସି ଖୁସି ଖବର ମିଳିପାରେ। କୌଣସି ପୁରୁଣା କାମରେ ସଫଳତା ମିଳିପାରେ। ଚାକିରି ସନ୍ଧାନରେ ଥିବା ଲୋକଙ୍କୁ ନୂଆ କାମ ମିଳିପାରେ।
ସିଂହ ରାଶି
ସିଂହ ରାଶିର ଲୋକଙ୍କୁ ଶାରଦୀୟ ନବରାତ୍ରୀର ପ୍ରଥମ ଦିନରେ ବିଶେଷ ଲାଭ ମିଳିପାରେ। ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ଅନଟନ ଦେଇ ଗତି କରୁଥିବା ଲୋକଙ୍କୁ ଆର୍ଥିକ ଲାଭ ହୋଇପାରେ।
ତୁଳା ରାଶି
ତୁଳା ରାଶିର ବ୍ୟକ୍ତିବିଶେଷଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ଆପଣଙ୍କ ଜୀବନରେ ଆସୁଥିବା ବାଧାବିଘ୍ନ ଦୂର ହେବ। ପରିବାରର ସହଯୋଗରେ ଆଗକୁ ବଢ଼ିବାରେ ସାହାଯ୍ୟ ମିଳିବ। ଚାକିରି ପରିବର୍ତ୍ତନ ପାଇଁ ଏହା ଅନୁକୂଳ ସମୟ।
ମକର ରାଶି
ମକର ରାଶିର ବ୍ୟକ୍ତିବିଶେଷଙ୍କୁ ଉନ୍ନତି ମିଳିପାରେ। ଆପଣଙ୍କ ପାଇଁ କାମରେ ସଫଳତାର ଯୋଗ ବନୁଛି। କର୍ମକ୍ଷେତ୍ରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ଅଟକି ରହିଥିବା ଟଙ୍କା ଫେରି ମିଳିପାରେ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।