ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରିଲେ ମା’: ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ
ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ):ପ୍ରତିବର୍ଷ ମଧ୍ୟାହ୍ନ ସମୟରେ ମା’ଙ୍କ ଛତର ମନ୍ଦିରରେ ପହଞ୍ଚୁ ଥିବାବେଳେ ଏଥର କିନ୍ତୁ ନିର୍ଦ୍ଧାରିତ ସମୟ ବହୁ ପୂର୍ବରୁ ଫେରିଆସିଥିଲେ। ଯାହାଫଳରେ ଦୂରଦୂରାନ୍ତରୁ ଆସିଥିବା ଅନେକ ଶ୍ରଦ୍ଧାଳୁ ମା’ଙ୍କର ଦର୍ଶନ ପାଇବାରୁ ବଞ୍ଚିତ ହୋଇଥିଲେ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ପରେ ନିରାଶ ହୋଇ ଶ୍ରଦ୍ଧାଳୁମାନେ ଘରକୁ ଫେରି ଯାଇଥିଲେ। ଏହି ଘଟଣାକୁ ନେଇ ଅନେକ ଲୋକ ଜିଲା ପ୍ରଶାସନକୁ ଦୋଷ ଦେବା ସହ ନିଜ ନିଜ ଫେସବୁକ ପୋଷ୍ଟରେ ପୋଷ୍ଟ କରି ଅସନ୍ତୋଷ ଜାହିର କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।