ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

Sep 18, 2026 - 15:28
ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ ପକ୍ଷରୁ ବିଭିନ୍ନ ପଦାଧିକାରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି।
ଏଥିରେ ପ୍ରକୋଷ୍ଠ ସଙ୍କୁଳ ସଂଯୋଜକ, ସହ-ସଂଯୋଜକ, ସୋସିଆଲ ମିଡିଆ ପ୍ରଭାରୀ, ସୋସିଆଲ ମିଡିଆ ସହ-ସଂଯୋଜକ ଏବଂ ସଦସ୍ୟ ସାମିଲ ଅଛନ୍ତି।

ଦଳର ଘୋଷଣା ଅନୁସାରେ, ଓମ ପ୍ରକାଶ ଶ୍ରୀବାସ୍ତବଙ୍କୁ ପ୍ରକୋଷ୍ଠ ସଙ୍କୁଳ ସଂଯୋଜକ ଦାୟିତ୍ୱ ଦିଆଯାଇଛି। ସେହିପରି ସନ୍ତରାଜ ଯାଦବ ଓ ଡା. ମିଥିଳେଶ ତ୍ରିପାଠୀଙ୍କୁ ପ୍ରକୋଷ୍ଠ ସଙ୍କୁଳ ସହ-ସଂଯୋଜକ ଦାୟିତ୍ୱ ମିଳିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।