ପଡ଼ିଆରେ କ୍ରିକେଟ୍ ଖେଳୁଥିଲେ ଏଆର୍ଆଇ, ହଠାତ୍ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…
ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍ଆଇ ପି. ରାଜେଶଙ୍କ ଅକାଳ ବିୟୋଗ ଘଟିଥିବା ଜଣାପଡ଼ିଛି। ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା।
ପି. ରାଜେଶ ପୂର୍ବରୁ ଗୁଡ଼ାରି ଅଞ୍ଚଳରେ ଦୀର୍ଘ ୮ ବର୍ଷ ଧରି କାର୍ଯ୍ୟ କରିଥିଲେ। ପରେ ତାଙ୍କର ମୁନିଗୁଡ଼ାକୁ ବଦଳି ହୋଇଥିଲା। ଏହାପରେ ସେ ବର୍ତ୍ତମାନ ଗୁଣପୁରରେ ଏଆରଆଇ ଭାବେ କାର୍ଯ୍ୟରତ ଥିଲେ।
ରାଜେଶଙ୍କ ପିତାଙ୍କ ପୂର୍ବରୁ ଦେହାନ୍ତ ହୋଇସାରିଥିବା ବେଳେ ପରିବାରରେ ତାଙ୍କ ମାଆ, ସ୍ତ୍ରୀ, ୨ ଝିଅ ଓ ଜଣେ ପୁଅ ଅଛନ୍ତି। ତାଙ୍କ ଅକାଳ ମୃତ୍ୟୁରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।
ସେ ଜଣେ ମିଷ୍ଟଭାଷୀ ଓ ମେଳାପୀ ସ୍ବଭାବର ବ୍ୟକ୍ତି ଭାବେ ପରିଚିତ ଥିଲେ। ସରକାରୀ କାର୍ଯ୍ୟ ହେଉ କି କ୍ରୀଡ଼ା, ବିଭିନ୍ନ କାର୍ଯ୍ୟକ୍ରମରେ ସେ ଉତ୍ସାହର ସହ ଅଂଶଗ୍ରହଣ କରୁଥିଲେ। ତାଙ୍କର ଏଭଳି ଅକାଳ ବିୟୋଗରେ ସହକର୍ମୀ, ପରିଚିତ ଓ ଶୁଭେଚ୍ଛୁ ମହଲରେ ଶୋକର ଛାୟା ଖେଳିଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।