ପାଟପୁର କଲେଜରେ BCJDର ବିଜୟ; ଚନ୍ଦନ ସଭାପତି, ଜଗନ୍ନାଥ ସମ୍ପାଦକ

Oct 15, 2026 - 19:03
ପାଟପୁର କଲେଜରେ BCJDର ବିଜୟ; ଚନ୍ଦନ ସଭାପତି, ଜଗନ୍ନାଥ ସମ୍ପାଦକ

ଦିଗପହଣ୍ଡି,୧୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜ ଛାତ୍ର ସଂସଦରେ ବିଜେଡିର ବାଜିମାତ ହୋଇଛି । ସଭାପତି ଭାବେ ଚନ୍ଦନ ପୁରୋହିତ ତାଙ୍କ ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ୫୨ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଛନ୍ତି । ଉପସଭାପତି ଭାବେ କ୍ରୀଷ୍ଣା ସ୍ବାଇଁ ୪୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସାଧାରଣ ସମ୍ପାଦକ ଭାବେ ଜଗନ୍ନାଥ ନାହାକ ୪୩ ଭୋଟ ରେ ବିଜୟୀ ହୋଇଛନ୍ତି।

ସେହିପରି କ୍ରୀଡା ସମ୍ପାଦକ ଭାବେ ଚନ୍ଦନ ବେହେରା ୬୦ ଭୋଟରେ ବିଜୟୀ ହୋଇଛନ୍ତି । ନାଟ୍ୟ ସଂସଦ ସମ୍ପାଦକ ଭାବେ ସାଇନାଥ ରାଉତ ତାଙ୍କ ପ୍ରତିପକ୍ଷ ପ୍ରାର୍ଥିିଙ୍କ ଠାରୁ ଅଧିକ ୪୨ ଖଣ୍ଡ ଭୋଟ ପାଇ ଜୟଯୁକ୍ତ ହୋଇଥିବା କଲେଜ ଅଧ୍ୟକ୍ଷ ଅଶ୍ଵିନୀ କୁମାର ରଥ ଏବଂ ନିର୍ବାଚନ କମିଟି ଆବାହକ ତଥା ଅଧ୍ୟାପକ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଜଣାଇଛନ୍ତି ।

ଅପରପକ୍ଷରେ ସମସ୍ତ ବିଜୟୀ ପ୍ରାର୍ଥୀ ଛାତ୍ର ବିଜୁଜନତା ଦଳ  ସମର୍ଥିତ ବୋଲି ଯୁବ ବିଜେଡ଼ି କାର୍ଯ୍ୟକର୍ତ୍ତା ଯୋଗେନ୍ଦ୍ର ସ୍ବାଇଁ, ସୁନୀଲ ଗୌଡ଼,ଅରକ୍ଷିତ ରାଉତ ଜଣାଇଛନ୍ତି । ନବନିର୍ବାଚିତ ଛାତ୍ର ପ୍ରତିନିଧି ବୃନ୍ଦ କଲେଜ ପରିସରରୁ ଶୋଭାଯାତ୍ରାରେ ବାହାରି ପାଟପୁର ଗ୍ରାମ ପରିକ୍ରମା କରିଥିଲେ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।