ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

Sep 22, 2026 - 12:31
ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ପହଞ୍ଚି ଏଣେ ତେଣେ ବୁଲୁଥିବା ବେଳେ ସ୍ଥାନୀୟ ଲୋକ ଏମାନଙ୍କୁ ସନ୍ଦେହ କରି ଥାନାରେ ସୂଚନା ଦେଇଥିଲେ । ସେମାନଙ୍କୁ ଉଦ୍ଧାର କରି ପୋଲିସ ସାକ୍ଷୀ ଓ ପରେ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିଲା।

ମଙ୍ଗଳବାର ସକାଳେ ଉଭୟଙ୍କ ଅଭିଭାବକ ଆସିବା ପରେ ସେମାନଙ୍କୁ ତଦନ୍ତ କରି ହସ୍ତାନ୍ତର କରାଯାଇଥିଲା। ଏନେଇ ପ୍ଲାଣ୍ଟ ସାଇଟ୍ ଥାନା ଅଧିକାରୀ ବିବତସ୍ୟ ପ୍ରଧାନ ସୂଚନା ଦେଇଛନ୍ତି । ଅପର ପକ୍ଷରେ,କେହି ଦୁର୍ବୃତ୍ତ ଏମାନଙ୍କୁ କାର ଆଣି ରାଉରକେଲାରେ ଛାଡି ଦେଇଥିବା ଆଲୋଚନା ହେଉଛି । ହେଲେ ସେମାନଙ୍କୁ ପୋଲିସ ପଚରାଉଚରା ବେଳେ ଉଭୟ ପାଠ ପଢ଼ା ଭୟରେ ଘରୁ ଚାଲି ଆସିଥିବା ସ୍ୱୀକାର କରିଥିଲେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।