ପୁଣି ବଦଳିବେ କଂସ ଅଭିନେତା: ଅଭିନୟରୁ ଅବ୍ୟାହତି ନେଲେ ସୁଶିଲ

Oct 26, 2026 - 19:14
ପୁଣି ବଦଳିବେ କଂସ ଅଭିନେତା: ଅଭିନୟରୁ ଅବ୍ୟାହତି ନେଲେ ସୁଶିଲ

ବରଗଡ଼,୨୬।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଜାନୁଆରୀ ମାସ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏଥର ମହୋତ୍ସବର କଂସ ଅଭିନେତା ପୁଣି ବଦଳିବେ। ଗତବର୍ଷ କଂସ ଅଭିନୟ କରିଥିବା ସୁଶିଲ ମେହେର ଆସନ୍ତା ଧନୁଯାତ୍ରା ମହୋତ୍ସବରେ ଅଭିନୟରୁ ଅବ୍ୟାହତି ନେବା ପାଇଁ ସୋମବାର ଧନୁଯାତ୍ରା ମହୋତ୍ସବ ସମିତିକୁ ଜଣାଇବା ପରେ ପରେ ଏହା ସ୍ପଷ୍ଟ ହୋଇଛି।

ଏଠାରେ ଉଲ୍ଲେଖନୀୟ, ଗତବର୍ଷ ଧନୁଯାତ୍ରା ପୂର୍ବରୁ ଚୟନ ପ୍ରକିୟା ହୋଇଥିଲା। ବିଚାରକମାନେ ସୁଶିଲ ମେହେରଙ୍କୁ ବରଗଡ଼ ଧନୁଯାତ୍ରାର କଂସ ଅଭିନୟଭାବେ ଚୟନ କରିଥିଲେ। ମାତ୍ର ଗତବର୍ଷ ଧନୁଯାତ୍ରାରେ ତାଙ୍କ ଅଭିନୟକୁ ବିଭିନ୍ନ ମହଲରେ ନାପସନ୍ଦ କରିଥିଲେ ଏବଂ ଆଗାମୀ ଧନୁଯାତ୍ରାରେ ତାଙ୍କୁ କଂସ ଅଭିନୟରୁ ବାଦ ଦେବା ପାଇଁ ଦାବି ଉଠିଥିଲା। ଗତ କିଛିଦିନ ତଳେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ଏହି ଦାବି ଜୋର୍‌ ଧରିଥିଲା। ତେବେ ଏଭଳି ସ୍ଥିତିରେ ସେ ମାନସିକ ଭାରାକ୍ରାନ୍ତ ଥିବା ଯୋଗୁ ଅଭିନୟରୁ ଅବ୍ୟାହତି ନେଉଛନ୍ତି ବୋଲି ସୁଶିଲ କହିଛନ୍ତି ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।