ପେନଶନଭୋଗୀଙ୍କ ପାଇଁ ବଡ଼ ଖବର, UPI ରେ ଟଙ୍କା ଖର୍ଚ୍ଚ କରୁଥିଲେ…
ନୂଆଦିଲ୍ଲୀ,୨୦।୯: ପେନଶନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) କହିଛି ଯେ, ଇ-ଶ୍ରମ (e-Shram) ଡାଟାବେସରେ ପଞ୍ଜୀକୃତ ହୋଇଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଖୁବ ଶୀଘ୍ର ନିଜ ମୋବାଇଲ ଫୋନରେ କିଛି ଟ୍ୟାପ ମାଧ୍ୟମରେ ସହଜରେ ପେନଶନ ଆକାଉଣ୍ଟ ଖୋଲିପାରିବେ।
ଏହି ପ୍ରସ୍ତାବିତ ଯୋଜନାର ମୂଳ ଲକ୍ଷ୍ୟ ହେଉଛି, ଅସଂଗଠିତ ଶ୍ରମିକମାନଙ୍କୁ ନିୟମିତ ଭାବରେ ପେନସନ ଯୋଜନାରେ ଅଂଶଦାନ କରାଇ ସେମାନଙ୍କର ଅବସରକାଳୀନ ସୁରକ୍ଷାକୁ ସୁଦୃଢ଼ କରିବା।
ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ‘ଇ-ଶ୍ରମ’ ପୋର୍ଟାଲ ମାଧ୍ୟମରେ ଏକ ଶୀଘ୍ର ଏବଂ ସହଜ ନାମଲେଖା ପ୍ରକ୍ରିୟା ଆରମ୍ଭ କରି PFRDA ଅସଂଗଠିତ ଶ୍ରମିକମାନଙ୍କ ପାଇଁ ପେନସନ ଯୋଜନାରେ ଯୋଗଦେବା ଅଧିକ ସହଜ କରୁଛି।
ଥରେ ଆକାଉଣ୍ଟ ଖୋଲିଗଲେ, କର୍ମଚାରୀମାନେ UPI ବ୍ୟବହାର କରି ନିଜ ପେନସନ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ। ପେନସନ ସମ୍ପର୍କିତ ସେବାଗୁଡ଼ିକୁ ସହଜରେ ବୁଝିବା ଏବଂ ଉପଲବ୍ଧ କରାଇବା ପାଇଁ ଏହି ସୁବିଧା ଏକାଧିକ ଭାରତୀୟ ଭାଷାରେ ଉପଲବ୍ଧ ହେବ ବୋଲି PFRDA ଅଧ୍ୟକ୍ଷ ଶିବସୁବ୍ରମଣ୍ୟମ ରମଣ କହିଛନ୍ତି।
ରମଣ ଆହୁରି କହିଛନ୍ତି ଯେ, ସରକାରଙ୍କ ଇ-ଶ୍ରମ ଡାଟାବେସରେ ଉପଲବ୍ଧ ତଥ୍ୟକୁ ବ୍ୟବହାର କରି ପେନସନ ନିୟାମକ ଏକ ସରଳ ଡିଜିଟାଲ ପ୍ରକ୍ରିୟା ଉପରେ କାମ କରୁଛନ୍ତି, କାରଣ ସେଥିରେ ପେନସନ ଆକାଉଣ୍ଟ ଖୋଲିବା ପାଇଁ ଆବଶ୍ୟକ ଅନେକ ତଥ୍ୟ ପୂର୍ୱରୁ ଉପଲବ୍ଧ ରହିଛି।
ଶ୍ରମିକମାନଙ୍କ ପାଇଁ ପେନସନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ଲକ୍ଷ୍ୟରେ PFRDA ପୂର୍ୱରୁ ‘NPS ତତ୍କାଳ’ (NPS Tatkal) ଆରମ୍ଭ କରିସାରିଛି, ଯାହା UPI ପ୍ରଦାନକାରୀଙ୍କ ମାଧ୍ୟମରେ କାର୍ଯ୍ୟ କରେ।
PFRDA ର ଏହି ପଦକ୍ଷେପ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ କୌଣସି ସରକାରୀ କାର୍ଯ୍ୟାଳୟକୁ ନ ଯାଇ ସିଧାସଳଖ ମୋବାଇଲ ଫୋନ ମାଧ୍ୟମରେ ଆକାଉଣ୍ଟ ଖୋଲିବାକୁ ସୁଯୋଗ ଦେଇ ଅବସରକାଳୀନ ସଞ୍ଚୟକୁ ସହଜ କରୁଛି। ଏହାଦ୍ୱାରା ଅସଂଗଠିତ ଶ୍ରମିକମାନେ ଅତି ସହଜରେ ଏବଂ କମ ସମୟରେ ପେନସନ ଆକାଉଣ୍ଟ ପାଇପାରିବେ। ଯେଉଁ ଶ୍ରମିକମାନଙ୍କର ନିୟମିତ ନିଯୁକ୍ତି ନାହିଁ ଏବଂ ନିଯୁକ୍ତିଦାତାଙ୍କ ପକ୍ଷରୁ କୌଣସି ଅବସରକାଳୀନ ସୁବିଧା ମିଳୁନାହିଁ, ସେମାନଙ୍କ ପାଇଁ ଏହା ବିଶେଷ ସହାୟକ ହେବ।
ନିଜ ନିୟମାବଳୀ ଅନୁଯାୟୀ ପେନସନ ନିୟାମକ ଅଣ-ସରକାରୀ କ୍ଷେତ୍ର ପାଇଁ ଏକ ନିଶ୍ଚିତ ରିଟର୍ଣ୍ଣ ମିଳୁଥିବା ପେନସନ ଯୋଜନା ବିକଶିତ କରୁଛନ୍ତି।
ରମଣ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ PFRDA ଖୁବ ଶୀଘ୍ର ‘NPS ସୱାସ୍ଥ୍ୟ’ ଆରମ୍ଭ କରିବ, ଯାହା ଗ୍ରାହକମାନଙ୍କୁ ହସ୍ପିଟାଲ ଖର୍ଚ୍ଚ ପାଇଁ ସେମାନଙ୍କ ସଞ୍ଚିତ ପେନସନ ରାଶିର କିଛି ଅଂଶ ବ୍ୟବହାର କରିବାକୁ ଅନୁମତି ଦେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଟପ-ଅପ ବୀମା ପ୍ରାରମ୍ଭିକ ଅଂଶଦାନର ପ୍ରାୟ ୮ ରୁ ୧୦ ଗୁଣ ହୋଇପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।