ପୋଲିସ ଯାଞ୍ଚ୍ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି
ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ ହୋଇଛି। ମ.ରାମପୁର ଥାନାରେ ନୂତନ ଭାବେ ଯୋଗଦେଇଥିବା ବିଜୟ କୁମାର ବେନିଆ ନାମକ ଏଏସଆଇ ଜଣକ ସନ୍ଧ୍ୟା ସମୟରେ ମରାମପୁର ରିଷିଡା ରାସ୍ତାର ନିଛାଟିଆ ଜାଗାରେ ବିଭିନ୍ନ ଗାଡ଼ିକୁ ଅଟକାଇ ଯାଞ୍ଚ ନାଁରେ ଦାଦାଗିରି ତଥା ଭୟଭୀତ କରି ଟଙ୍କା ଅସୁଲ କରୁଛନ୍ତି। ଅଥଚ ଅସାମାଜିକ କାର୍ଯ୍ୟରେ ଲିପ୍ତ ମଦ ମାଫିଆ ଗଂଜେଇ ମାଫିଆ ମାନଙ୍କୁ ଛାଡି ତାଙ୍କଠାରୁ ଅର୍ଥ ଅସୁଲ କରୁଥିବା ପରି ଗୁରୁତର ଅଭିଯୋଗ ହେଉଛି। କାହା ସାହାସରେ ଉକ୍ତ ଏଏସଆଇ ଜଣକ ଏପରି କାଣ୍ଡ ଚଳାଉଛନ୍ତି, ତାର ତଦନ୍ତର ଆବଶ୍ୟକତା ରହିଛି।
ପ୍ରକାଶଥାଉ କି, ଶ୍ରୀବେନିଆ ମାଲକାନଗିରି ଜିଲାରୁ ପନିସମେଣ୍ଟ ଟ୍ରାନ୍ସଫର ହୋଇ ଏଠିକି ଆସିଥିବା ଜଣାଯାଇଛି। ଘରୁ ଦୋକାନକୁ ଆସୁଥିବା ବ୍ୟକ୍ତିକୁ ମଧ୍ୟ ଅଟକାଇ ହଇରାଣ କରୁଛନ୍ତି। ତାଙ୍କର ଏପରି କାରନାମାରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ଏନେଇ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀଙ୍କୁ ପଚାରିବାରୁ ମୋ ପାଖକୁ ଏପରି ଅଭିଯୋଗ ଗୁଡିକ ଆସିଛି। ଏହାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ। ଏନେଇ ଗଜବାହାଲର ସମାଜସେବୀ ପ୍ରଫୁଲ୍ଲ ସାହୁ ଓ ଓ୍ବାର୍ଡ ସଭ୍ୟ ବିଦ୍ୟାଧର ବାଗଙ୍କ ନେତୃତ୍ୱରେ କିଛି ଲୋକ ଆସି ରିଷିଡା ଫାଣ୍ଡି ଅଧିକାରୀଙ୍କୁ ଭେଟି ଏନେଇ ଜଣାଇବା ସହ ଏହାର ତଦନ୍ତ ନ କଲେ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।