ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ

Oct 25, 2026 - 20:55
ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ

ଦିଗପହଣ୍ଡି,୨୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି.ତୁରୁବୁଡି ଗ୍ରାମରେ ନବରାତ୍ରୀ ଦୂର୍ଗା ପୂଜା ଅବସରରେ ପୌରାଣିକ ରାମାୟଣ ନାଟକ ମଞ୍ଚସ୍ଥ ହୋଇଯାଇଛି। ଗ୍ରାମର ଯୁବକ ସଂଘ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାମାୟଣ ନାଟକକୁ ଉଦ୍‌ଘାଟନ କରିଥିଲେ।

ବ୍ରହ୍ମପୁର ଏମ୍‌.ପିଙ୍କ ପ୍ରତିନିଧି କେ.ହରିବନ୍ଧୁ ରେଡ୍ଡୀ, ବଡ଼ଡୁମୁଳା ପଞ୍ଚାୟତ ସମିତି ସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ, ବି. ତୁରୁବୁଡିି ପଞ୍ଚାୟତ ସରପଞ୍ଚ ଲିଙ୍ଗରାଜ ଦୋରା, ବମକୋଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ୟା, କୁରେଶୁ ସେଠୀ, ନିଳାଞ୍ଚଳ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଗ୍ରାମର ନବରାତ୍ର ଦୂର୍ଗା ପୂଜା କମିଟିର ଅନୁରୋଧ ରକ୍ଷାକରି ଅତିଥିବୃନ୍ଦ ଗ୍ରାମରେ ପହଞ୍ଚିବା ପରେ ଶୋଭାଯାତ୍ରାରେ ସେମାନଙ୍କୁ ଗ୍ରାମ ପରିକ୍ରମା କରାଯାଇ ସଭା ମଞ୍ଚକୁ ପାଛୋଟି ନିଆଯାଇଥିଲା। କବିସୂର୍ଯ୍ୟନଗରର ରାମାୟଣ ନାଟକର କଳାକାର ବୃନ୍ଦ ନାଟକ ପରିବେଷଣ କରିଥିଲେ। ଗ୍ରାମ୍ୟ ଯୁବକ ସଂଘ କାର୍ଯ୍ୟକର୍ତ୍ତା ଏଫ୍‌. ରାଜୀବ ରେଡ୍ଡୀ, ନରସିଂହ ରେଡ୍ଡୀ, ଅଜିତ ରେଡ୍ଡୀ, ଅସିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।